ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି ର ପଲ୍ଲା ଭାରୀ

୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଇତ୍ୟାବସରରେ ଶେଷ ହୋଇଛି ୨୦୨୪ ସାଧାରଣ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ପ୍ରାୟ ସମସ୍ତ ବୁଥ ରେ ଭୋଟ ପ୍ରକ୍ରିୟା ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ରେ ସମ୍ପାଦିତ ହୋଇଅଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଅତ୍ୟନ୍ତ ଉତ୍ସାହ ର ସହିତ ଶତକଡା ୭୩ % ମତଦାନ କରିଥିଲେ । ପ୍ରଶାସନ ଦ୍ଵାରା ସମସ୍ତ ସୁ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତ୍ୟେକ ସ୍ଥାନରେ ପିଇବା ପାଣି ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା ।

ବିଜେଡ଼ି, ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ୪ତାରିଖ କୁ ଅପେକ୍ଷା କରିଛନ୍ତି । କିନ୍ତୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଏବଂ ବିଜେଡି ଦଳର ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ବହୂ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବେ ବୋଲି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସବୁଠାରେ ଚର୍ଚ୍ଚା ଚାଲିଛି । ତେବେ ଦେଖ‌ିବାକୁ ରହିଲା ଆସନ୍ତା ୪ ତାରିଖରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି ।

Exit mobile version