ନୟାଗଡ଼ ବନଖଣ୍ଡରେ ଆରମ୍ଭ ହେଲା ହାତୀ ଗଣନା

୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଗତ କାଲି ଠାରୁ ନୟାଗଡ଼ ବନଖଣ୍ଡ (ଟେରିଟୋରିଆଲ) ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତରେ ଆରମ୍ଭ ହୋଇଛି ହାତୀ ଗଣନା । ଜଙ୍ଗଲରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସାଇଟିଂ କରି ଫଟୋ ଉଠାଯିବ । ଏଥିପାଇଁ ଉଭୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟେକ ବିଟ୍ ହାଉସକୁ ନେଇ ଗୋଟିଏ ଗୋଟିଏ ୟୁନିଟ୍ ଗଠନ କରାଯାଇଛି ।

ପ୍ରତି ୟୁନିଟ୍‌ରେ ୩ଜଣ କର୍ମଚାରୀ ରହିଥିବା ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି | ନୟାଗଡ଼ ବନଖଣ୍ଡର ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ ୭ଟି ରେଞ୍ଜ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସମସ୍ତ ବନାଞ୍ଚଳରେ କର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହା ମଧ୍ୟରେ ଦଶପଲ୍ଲା ବନାଞ୍ଚଳର ୬ଟି ସେକ୍ସନର ୨୪ଟି ବିଟ୍ ହାଉସରେ ଗଣନା କାର୍ଯ୍ୟ ଚାଲିଥିବା ବନାଂଚଳ ଅଧିକାରୀ କହିଛନ୍ତି । ଏହି ଗଣନା କାର୍ଯ୍ୟ ୩ ଦିନ ଧରି ଚାଲୁ ରହିବ |

Exit mobile version