ରାମନଗର ଗ୍ରାମରେ ଶଙ୍ଖ ପ୍ରାର୍ଥୀଙ୍କ ପାଇଁ ବିଜେଡି କର୍ମୀ ଭୋଟ ମାଗିଲେ

୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ରାମନଗର ଗ୍ରାମରେ ବିଜେଡି କର୍ମୀମାନେ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢୁଥିବା ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଦେବାପାଇଁ ଭୋଟରଙ୍କୁ ପ୍ରବର୍ତ୍ତାଇବା ସହିତ ଶଙ୍ଖ ଚିହ୍ନ ପୋଷ୍ଟର ଲଗାଇଥିଲେ । ରାମନଗର ଗ୍ରାମ୍ୟ କମିଟିର ସଭାପତି ପ୍ରକାଶ ନାୟକଙ୍କ ନେତୃତ୍ୱରେ ବିଜେଡିର ମହିଳା ଏବଂ ପୁରୁଷ କର୍ମୀମାନେ , ରାମେଶ୍ୱର ମନ୍ଦିର ନିକଟରୁ ବାହାରି ଗ୍ରାମର ପ୍ରତ୍ୟେକ ଘରକୁ ଘର ଯାଇ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇବା ସହିତ ଯୋଡ଼ି ଶଙ୍ଖ ଚିହ୍ନରେ ଆସନ୍ତା ୨୫ ତାରିଖରେ ଭୋଟ ଦେବା ପାଇଁ ଭୋଟରଙ୍କୁ କହିଥିଲେ ।

ଏହା ସହିତ ବିଜେପି ଦଳରୁ ଆସି ବିଜେଡିରେ ସାମିଲ ହୋଇଥିବା ନୂତନ ବିଜେଡି କର୍ମୀ ଉତ୍ତମ ସେଠୀଙ୍କୁ ଉତ୍ତରୀୟ ଦେଇ ବିଜେଡି କର୍ମୀମାନେ ସ୍ୱାଗତ କରି ଦଳରେ ସାମିଲ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଛବିନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବେହେରା, ୱ।ର୍ଡ଼ ମହିଳା ବିଜେଡି ସଭାନେତ୍ରୀ ଚନ୍ଦ୍ରକାନ୍ତୀ ବେହେରା, ଗୁରୁଦେବ ବେହେରା, ବଳରାମ ବେହେରା ,ବୁଦ୍ଧଦେବ ବେହେରା, ବିଜୟ ବେହେରା, ନିରଞ୍ଜନ ବେହେରା ପ୍ରମୁଖ ବିଜେଡିର କର୍ମୀମାନେ ଯୋଗ ଦେଇ ଘରେ ଘରେ ଯୋଡ଼ି ଶଙ୍ଖ ପ୍ରଚାର କରିଥିଲେ । କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ । ଶପଥ ନିୟୁଜରାମନଗର ଗ୍ରାମରେ ବିଜେଡି କର୍ମୀମାନେ ଶଙ୍ଖ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ । 

କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ରାମନଗର ଗ୍ରାମରେ ବିଜେଡି କର୍ମୀମାନେ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢୁଥିବା ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଦେବାପାଇଁ ଭୋଟରଙ୍କୁ ପ୍ରବର୍ତ୍ତାଇବା ସହିତ ଶଙ୍ଖ ଚିହ୍ନ ପୋଷ୍ଟର ଲଗାଇଥିଲେ । ରାମନଗର ଗ୍ରାମ୍ୟ କମିଟିର ସଭାପତି ପ୍ରକାଶ ନାୟକଙ୍କ ନେତୃତ୍ୱରେ ବିଜେଡିର ମହିଳା ଏବଂ ପୁରୁଷ କର୍ମୀମାନେ , ରାମେଶ୍ୱର ମନ୍ଦିର ନିକଟରୁ ବାହାରି ଗ୍ରାମର ପ୍ରତ୍ୟେକ ଘରକୁ ଘର ଯାଇ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇବା ସହିତ ଯୋଡ଼ି ଶଙ୍ଖ ଚିହ୍ନରେ ଆସନ୍ତା ୨୫ ତାରିଖରେ ଭୋଟ ଦେବା ପାଇଁ ଭୋଟରଙ୍କୁ କହିଥିଲେ ।

ଏହା ସହିତ ବିଜେପି ଦଳରୁ ଆସି ବିଜେଡିରେ ସାମିଲ ହୋଇଥିବା ନୂତନ ବିଜେଡି କର୍ମୀ ଉତ୍ତମ ସେଠୀଙ୍କୁ ଉତ୍ତରୀୟ ଦେଇ ବିଜେଡି କର୍ମୀମାନେ ସ୍ୱାଗତ କରି ଦଳରେ ସାମିଲ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଛବିନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବେହେରା, ୱ।ର୍ଡ଼ ମହିଳା ବିଜେଡି ସଭାନେତ୍ରୀ ଚନ୍ଦ୍ରକାନ୍ତୀ ବେହେରା, ଗୁରୁଦେବ ବେହେରା, ବଳରାମ ବେହେରା ,ବୁଦ୍ଧଦେବ ବେହେରା, ବିଜୟ ବେହେରା, ନିରଞ୍ଜନ ବେହେରା ପ୍ରମୁଖ ବିଜେଡିର କର୍ମୀମାନେ ଯୋଗ ଦେଇ ଘରେ ଘରେ ଯୋଡ଼ି ଶଙ୍ଖ ପ୍ରଚାର କରିଥିଲେ ।

Exit mobile version