୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ -ବେଗୁନିଆ ନିର୍ବାଚନ ମଣ୍ଡଳୀରେ 2024 ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ମାରାଥନ ପ୍ରଚାର ଜୋରଧରିଛି l ବୋଲଗଡ ବ୍ଲକର କଂଗ୍ରେସ ଦଳର ବରିଷ୍ଠ ସଂଗଠକ ପ୍ରକାଶ ଚନ୍ଦ୍ର ରଥ, ଧୀରେସ ମହାପାତ୍ର ଓ ବୋଲଗଡ କଂଗ୍ରେସ ଉପସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ମିଳିତ ଆବାହକତ୍ବରେ ବୋଲଗଡ ବ୍ଲକ ଜୋନ ସ୍ତରୀୟ ମାରାଥନ ନିର୍ବାଚନ ପ୍ରଚାର ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ଦଳର ଏହି ମାରାଥନ ନିର୍ବାଚନ ପ୍ରଚାରରେ ବିଧାୟକ ପାର୍ଥି ପୃଥିବୀ ବଲ୍ଲଭ ପଟ୍ଟନାୟକ ପାର୍ଥି ଓ ସାଂସଦ ପ୍ରାର୍ଥି ୟାସିର ନୱାଜ ୨୫ ନମ୍ବର ଜୋନର ପ୍ରତ୍ୟେକ ଗ୍ରାମକୁ ବାଇକ ରାଲି ସହ ଯାଇ କଂଗ୍ରେସ ଦଳକୁ ବିଜୟ ହାସଲ କରିବା ପାଇଁ ଦୁଇଟି ହାତ ଚି଼ହ୍ନରେ ଭୋଟ ଦେବାକୁ ଜନ ସାଧାରଣଙ୍କ ପାଖରେ ପହଂଚି ନିବେଦନ କରିଛନ୍ତି ।
୨୫ ନମ୍ବର ଜୋନର ବୋଲଗଡ ଗ୍ରାମପଞ୍ଚାୟତ, ଫାଶୀଓଦା ଗ୍ରା :ପ, ଦଳେଇ ସାହି ଗ୍ରା :ପ, କଳାଙ୍ଗ ଗ୍ରା :ପ, ଖଙ୍ଗୁରିୟା ଗ୍ରା :ପ ଓ ଡାବରଧୁଆ ପାଟଣା ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକୁ ଯାଇ ବିଧାୟକ ପାର୍ଥି ଶ୍ରୀ ପଟ୍ଟନାୟକ କଂଗ୍ରେସ ଦଳର ବିଜୟ ପାଇଁ ହାତରେ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ l ଏହି ଜୋନ ସ୍ତରୀୟ ମାରାଥନ କଂଗ୍ରେସ ଦଳର ମାରାଥନ ପ୍ରଚାରରେ ବହୁ ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ ଓ ବହୁକର୍ମୀ ଙ୍କ ସମେତ ଛାମୁଆ ନେତାମାନେ ଯୋଗ ଦେଇଥିଲେ । ପୃଥିବୀ ବଲ୍ଲଭ ପଟ୍ଟନାୟକ ବେଗୁନିଆ – ବୋଲଗଡ କୁ ନୂତନ ଭାବେ ଗଢିବା ପାଇଁ ଜନସାଧାରଣମାନଙ୍କୁ କହି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ବିଷୟରେ ସମସ୍ତ ଜନସାଧାରଣମାନଙ୍କୁ ଅବଗତ କରିଥିଲେ l କଂଗ୍ରେସ ଗରିବ ମାନଙ୍କର ସରକାର ବୋଲି କହିଥିଲେ l ତେଣୁ କଂଗ୍ରେସ କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ସମସ୍ତ ଭୋଟର ମାନଙ୍କୁ ମା, ମାଉସୀ ଓ ସମସ୍ତ ଜନସାଧାରଣମାନଙ୍କୁ ନିବେଦନ କରିଛନ୍ତି l

