ନିର୍ବାଚନ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା

୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଆଗାମୀ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛି।ନିର୍ବାଚନ ପୂର୍ବ, ନିର୍ବାଚନ ଦିନ ,ନିର୍ବାଚନ ପରବର୍ତ୍ତୀ ଦିନ ସହ ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଙ୍କ ନେତୃତ୍ୱରେ କଡାକଡି କରାଯାଇଛି । ଜିଲ୍ଲାର ମୋଟ ୧୫୯୮ ଟି ବୁଥ ୧୨୨୨ ଟି ଲୋକେସନ ରେ ରହିଛି।ସେଥି ମଧ୍ୟରୁ ୧୮୨ ଟି ବୁଥ କୁ କ୍ରିଟିକାଲ ବା ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ସୁରକ୍ଷା ପଦକ୍ଷେପ ନିଆ ଯାଇଛି।୨୪୬ ଟି ସଖି ବୁଥ କରାଯାଇଛି । ୧୭୬ ଟି ସେକ୍ଟର ଓ ୧୦୨ ଟି ମୋବାଇଲ ଲୋକେସନ ହୋଇଛି । ୩୬ ଟି ଫ୍ଲାଇଙ୍ଗ ସ୍କ୍ୱ।ର୍ଡ,୩୬ ଷ୍ଟାଟିକ ସର୍ଭିଲାନ୍ସ ଟିମ,୮ଟି ଚେକପୋଷ୍ଟ ଓ ୬ ଟି କୁଇକ ରେସପନ୍ସ ଟିମ କାର୍ଯ୍ୟ କରୁଛି ।

ନିୟମିତ ଧରପଗଡ଼ ସହ ଅବକାରୀ ଚଢ଼ାଉ ଜାରି ରହିଛି ଓ ୫୪୨ ଜଣ ଙ୍କୁ ଗିରଫ କରାଯାଇ ମାଦକ ଦ୍ରବ୍ୟ ମଧ୍ୟ ଜବତ ହୋଇଛି । ଲାଇସେନ୍ସ ପ୍ରାପ୍ତ ୬୬୮ ବନ୍ଧୁକକୁ ଫେରେଇ ଅଣା ଯାଉଛି।ନିର୍ବାଚନ ଦିନ ୧୧ କମ୍ପାନୀ ସିଏପିଏଫ ବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ୫୩ ସେକ୍ସନ ଏସ ଏ ପି ବା ରାଜ୍ୟ ସଶସ୍ତ୍ର ପୋଲିସର ବ୍ୟବସ୍ଥା ହୋଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ପାଇଁ ୩ ପ୍ଲାଟୁନ ସିଏପିଏଫ ଓ ୩ ପ୍ଲାଟୁନ ଏସ ଏ ପି ବ୍ୟବସ୍ଥା ହୋଇଛି।ସେହିପରି ଭୋଟ ଗଣତି ଦିନ ପାଇଁ ୪୮ ସେକ୍ସନ ସୁରକ୍ଷା ବଳ ଉପସ୍ଥିତ ରହିବେ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର ଅବଗତ କରାଇଛନ୍ତି ।

Exit mobile version