ପର୍ଯ୍ଯବେକ୍ଷକଙ୍କ ବିଭିନ୍ନ ବୁଥ ପରିଦର୍ଶନ

୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କାକଟପୁର ଓ ନିମାପଡା ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ଯବେକ୍ଷକ ଏଚ ଜେ ଦେଶାଇ ଆଜି କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିଛନ୍ତି।ଶ୍ରୀ ଦେଶାଇ ଅସ୍ତରଙ୍ଗ ବ୍ଲକର ସରକାରୀ ନୋଡାଲ ସ୍କୁଲ ଅସ୍ତରଙ୍ଗ, ପାଟଳଦା ନୋଡାଲ ହାଇସ୍କୁଲ ଅସ୍ତରଙ୍ଗ, ସୁରେନ୍ଦ୍ର ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସୁନ୍ଦର,କାକଟପୁର ବ୍ଲକର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଭୋଟରଙ୍କ ପାଇଁ ବିବିଧ ମୌଳିକ ସୁବିଧା ର ଅନୁଧ୍ୟାନ କରିଥିଲେ।ସେହିପରି ମଡେଲ ବା ଆଦର୍ଶ ବୁଥ କୁ ମଧ୍ୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ କାକଟପୁର ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ଅସ୍ତରଙ୍ଗ ବିଡ଼ିଓ ସଶ୍ମିତା ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ପର୍ଯ୍ଯବେକ୍ଷକଙ୍କ ଲିଆସନିଙ୍ଗ ଅଫିସର ମନୋଜ କୁମାର ତ୍ରିପାଠୀ ଓ ସଂପୃକ୍ତ ସମସ୍ତ ବୁଥର ବିଏଲଓ ମାନେ ଉପସ୍ଥିତ ଥିଲେ ।

Exit mobile version