ମଛାପୂର୍ ସାଇଡିଂରେ ପ୍ରଥମ ରେକ୍ ଭାବେ ୫୮ଟି ୱାଗନ୍ ପ୍ରାପ୍ତ କ୍ଲିଙ୍କର୍ ଅନଲୋଡିଂ

୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :->   ଟ୍ରେନ୍ ମାଧ୍ୟମରେ କ୍ଲିଙ୍କର୍ ର ବିଶାଳ ପରିବହନ, ନିକଟସ୍ଥ ଅଞ୍ଚଳର ସିମେଣ୍ଟ ଉତ୍ପାଦନ କାରଖାନାର ଚାହିଦା ପୂରଣ କରିବ। ଖୋର୍ଦ୍ଧା ରୋଡ଼ ମଣ୍ଡଳ ମାଲ ପରିବହନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମଛାପୂର୍ ରେଳ ଷ୍ଟେସନ ନିକଟରେ ପ୍ରତିଷ୍ଠିତ ନୂତନ ସାଇଡିଂରେ ୫୮ ୱାଗନ୍ କ୍ଲିଙ୍କର୍ ଧାରଣ କରିଥିବା ପ୍ରଥମ ରେକ୍ ଅନଲୋଡିଂ କରାଯାଇଛି। ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ଦ୍ୱାରା,୪୦୪୮ ମେଟ୍ରିକ୍ ଟନ୍ କ୍ଲିଙ୍କର୍ ରାୟପୁର, ଛତିଶଗଡରୁ ଓଡିଶାର ମଛାପୂର୍ କୁ ପରିବହନ କରାଯାଇଥିଲା।ସିମେଣ୍ଟ ଉତ୍ପାଦନ ପାଇଁ କ୍ଲିଙ୍କର୍ ହେଉଛି ପ୍ରାଥମିକ ଉପାଦାନ। ଏହା ଏକ ସୂକ୍ଷ୍ମ ପାଉଡରରେ ଗ୍ରାଇଣ୍ଡ୍ ହୋଇ ଅନେକ ସିମେଣ୍ଟ ଉତ୍ପାଦରେ ବାଇଣ୍ଡର୍ ଭାବରେ ବ୍ୟବହୃତ ହୁଏ। ତେଣୁ ନିଶ୍ଚିତ ଭାବରେ,ଟ୍ରେନ୍ ଦ୍ୱାରା କ୍ଲିଙ୍କର୍ ର ଏତେ ବଡ ପରିବହନ, ମଛାପୂର୍ ରେ ପ୍ରତିଷ୍ଠିତ ସିମେଣ୍ଟ ଉତ୍ପାଦନ କାରଖାନାର ଚାହିଦା ପୂରଣ କରିବ। ମଛାପୂର୍ ରେ ସିମେଣ୍ଟ ଉତ୍ପାଦନ କାରଖାନାର କ୍ଷମତା ବାର୍ଷିକ ୨.୨ ମିଲିୟନ୍ ଟନ୍ ଏବଂ ଟ୍ରେନ୍ ଦ୍ୱାରା ୦.୬ ମିଲିୟନ୍ ଟନ୍ ମାଲ ପରିବହନ ହେବ ବୋଲି ଆଶା କରାଯାଉଛି। ଯାହା ପୂର୍ବ ତଟ ରେଳବାଇ ପାଇଁ ଅତିରିକ୍ତ ରାଜସ୍ୱ ହେବ। ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା କ୍ରମାଗତ ଭାବରେ ଗ୍ରାହକ ଏବଂ ସରକାରୀ କ୍ଷେତ୍ର ସହିତ ଯୋଗାଯୋଗ କରୁଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କଞ୍ଚାମାଲ ପରିବହନ ପାଇଁ ଦେଶର ବିଭିନ୍ନ ସ୍ଥାନକୁ ପରିବହନ ତଥା ଜନସାଧାରଣଙ୍କ ଆବଶ୍ୟକତା ପୂରଣ ପାଇଁ ସମସ୍ତ ପ୍ରୟାସ କରାଯାଇଛି।

Exit mobile version