ବୋଲଗଡ – ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ ବାଇକ ଶୋଭାଯାତ୍ରା 

୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲାର ହେବି ୱେଟ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ବୋଲଗଡ ବେଗୁନିଆରେ ବିଜେପି ଦଳର ନିର୍ବାଚନ ପ୍ରଚାର ପାଇଁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବୋଲଗଡ଼ – ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ରଣ ବିଜୁଳିଙ୍କ ମିଳିତ ନେତୃତ୍ୱରେ ମଙ୍ଗଳବାରଦିନ ଅପରାହ୍ନରେ ପିଚୁକୁଳି ଠାରୁ ବିଜୁପୁର ଚେକ ଗେଟ ପର୍ଯ୍ୟନ୍ତ ବିଶାଳ ବାଇକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  l

ଏହି ବାଇକ ଶୋଭାଯାତ୍ରା କାର୍ଯ୍ୟକ୍ରମ ରେ ବୋଲଗଡ ମଣ୍ଡଳ ସଭାପତି ରଘୁନାଥ ଷଡ଼ଙ୍ଗୀ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ,ବେଗୁନିଆ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି ସଭାପତି, ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ସହଯୋଗ କରିଥିଲେ lଏହି ବାଇକ ଶୋଭାଯାତ୍ରାରେ ବୋଲଗଡ ବ୍ଲକ ତିନି ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ମାନେ ବାଇକ ଶୋଭାଯାତ୍ରା ରେ ଯୋଗଦେଇ,2024 ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବୋଲଗଡ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ରଣ ବିଜୁଳୀଙ୍କୁ ବହୁ ଭୋଟ ରେ ବିଜୟୀ କରିବା ପାଇଁ ସ୍ଲୋଗାନ ଦେଇଥିଲେ l ଏହି ବାଇକ ଶୋଭାଯାତ୍ରାରୁ ଜଣା ପଡୁଛି ବୋଲଗଡ ବେଗୁନିଆ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦୀତା କଡା ଟକ୍କର ମଧ୍ୟରେ ହେବ l

Exit mobile version