୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଆଜି ଦମ ଦେଖାଇଛି । ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି, ନେତା ଓ କର୍ମୀମାନେ ୪୭ ପଞ୍ଚାୟତରେ ଭିନ୍ନ ଭିନ୍ନ ବାଇକ ଶୋଭାଯାତ୍ରାରେ ସାମିଲ କରିଛନ୍ତି । ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଓ ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଜରିଆରେ ବିଜୁ ଜନତା ଦଳ ଆଜି ତାର ଦମ ଦେଖାଇଛି । ଏହି ବାଇକ୍ ଶୋଭାଯାତ୍ରାରେ ବହୁ ଛାତ୍ର, ଯୁବକ ସାମିଲ ହୋଇଥିଲେ । ନୋତର ଓ ଲାଠିପଡ଼ାଠାରେ ଅନୁଷ୍ଠିତ ବାଇକ ଶୋଭାଯାତ୍ରାରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ସାମିଲ ହୋଇଥିଲେ ।

