୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ରେ ଚଳିତ ମାସ ୨୫ ତାରିଖରେ ଓ ନିମାପଡା, କାକଟପୁର ନିର୍ବାଚନ ମଣ୍ଡଳୀ ରେ ଜୁନ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ।ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ମାନଙ୍କ ରେ ମତଦାନ କରିବେ।ଏହି ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।ତେଣୁ ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧି ମାନେ ସହଯୋଗ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସାଧାରଣ ପର୍ଯ୍ଯବେକ୍ଷକ କୁନାଲ ପ୍ରକାଶ ଖେମନର,ଖର୍ଚ୍ଚ ପର୍ଯ୍ଯବେକ୍ଷକ ସୁଧାଶୁଂ ଧର ମିଶ୍ର ଓ ଏସ ପି ପିନାକ ମିଶ୍ର ଅନୁରୋଧ କରିଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଜିଲ୍ଲାରେ ନିର୍ବାଚନ କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ପ୍ରାର୍ଥୀ ଓ ପ୍ରତିନିଧି ଙ୍କ ଉପସ୍ଥିତି,ସହଯୋଗ ଓ ସହମତି ରେ ଗ୍ରହଣ କରାଯାଇଛି।ତେଣୁ ପ୍ରାର୍ଥୀ ଓ ପ୍ରତିନିଧି ମାନେ ନିର୍ବାଚନ ପୂର୍ବ, ନିର୍ବାଚନ ଦିନ ଓ ନିର୍ବାଚନ ପରବର୍ତ୍ତୀ ସମୟରେ ଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ପର୍ଯ୍ଯବେକ୍ଷକ ମାନେ ପ୍ରାର୍ଥୀ ଓ ପ୍ରତିନିଧି ମାନ ଙ୍କୁ କୌଣସି ଠାରେ ଯଦି ନିର୍ବାଚନ ସମ୍ପର୍କୀୟ ସମସ୍ୟା ବା ଅଭିଯୋଗ ରହୁଛି ତେବେ ସେମାନଙ୍କୁ ସେମାନଙ୍କ ପ୍ରଦତ୍ତ ନମ୍ବର, ଅଭିଯୋଗ ପ୍ରକୋଷ୍ଠ,ଏଫଏସଟି,ଏସଏସଟି କୁ ଅବଗତ କରାଇବା ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସହଯୋଗ ର ସହ କାମ କରିବାକୁ ପରାମର୍ଶ ଦେଇଥିଲେ । ଅଭିଯୋଗ ପ୍ରକୋଷ୍ଠ ନମ୍ବର ୧୯୫୦, ସାଧାରଣ ପର୍ଯ୍ୟବେକ୍ଷକ କୁନାଲ ଖେମନର ଙ୍କ ନମ୍ବର ୭୭୫୨୦୪୮୧୯୬ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ଙ୍କ ନମ୍ବର ୮୪୮୦୮୬୯୨୦୫,ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନପାଲ ସିଂ ଙ୍କ ନମ୍ବର ୮୪୮୦୮୬୯୩୫୨ ରହିଛି ।

