ସତ୍ଯବାଦୀ ହାୱା ମାଷ୍ଟରକୁ ହୁସିଆର ! ଶୋଭାଯାତ୍ରାରେ ଯେତିକି , ଭୋଟ ମିଳିବକି ସେତିକି : ସାଂଘାତିକ ସ୍ଥିତିରେ ସଞ୍ଜୟ 

୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଶାନ୍ତିପ୍ରିୟ ସ୍ବାଭିମାନ ଅଞ୍ଚଳ ସତ୍ଯବାଦୀ । ଅଧିକ ଶିକ୍ଷିତ ଶାସନ ବ୍ରାହ୍ମଣ ଗ୍ରାମ ରହିଛି । ସେମାନେ ପିପିଲି,ହ୍ରହ୍ମଗିରି ପରି ରାଜନୈତିକ ବାଦ ବିବାଦ ସତ୍ଯବାଦୀରେ ଚାହାନ୍ତି ନାହିଁ । ମାଟିର ପୁଅ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରିକୁ ତଡିବା ଫଳରେ କଣାସବାସୀ ମିୟମ୍ରାଣ ହୋଇପଡିଛନ୍ତି । ସୁଖରେ ଦୁଃଖରେ ଉମା ଅଞ୍ଚଳବାସୀଙ୍କୁ ସହଯୋଗ କରି ଆସୁଥିଲେ । ସଞ୍ଜୟଙ୍କୁ ଖୋଜିଲେ ସହଜରେ ମିଳିବେ କି ନାହିଁ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଲାଣି । ଅନ୍ଯପକ୍ଷରେ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ପଡିଶା ବ୍ରହ୍ମଗିରି ହୋଇଥିବାରୁ ବ୍ରହ୍ମଗିରିର ଘଟଣାବଳୀ ସତ୍ଯବାଦୀରେ ବାଜୁଛି । ବ୍ରହ୍ମଗିରି କୁ କାହିଁକି ସଞ୍ଜୟ ଛାଡିଲେ ତାକୁ ନେଇ ଚର୍ଚ୍ଚା ହେଉଛି । ବ୍ରହ୍ମଗିରିରେ ଲଢେଇ ୫୦ : ୫୦ କିଏ ଜିତିବ ସେ ମୁହୂର୍ତ୍ତ ପର୍ଯ୍ୟନ୍ତ ଆକଳନ କରି ହେଉନଥିଲା । ସଞ୍ଜୟ ଲୁଲୁଙ୍କ ଠାରୁ ହାରିବା, ଲୁଲୁଙ୍କ ଭାଇଙ୍କ ଠାରୁ ହାରିବା ଓ ଝିଅ ଠାରୁ ହାରିବା ଚାହିଁନଥିଲେ । ଦୁଇ ବର୍ଷ ତଳୁ ସତ୍ଯବାଦୀରେ ଠିଆ ହେବା ପାଇଁ ଯୋଜନା କରିବା ଚର୍ଚ୍ଚା ହେଉଥିଲା ।

କଣାସର ଏକ ବୈଠକରେ ସତପ୍ରତିଶତ ସତ୍ଯବାଦୀରୁ ପ୍ରାର୍ଥୀ ହେବା ପାଇଁ କହିବା ଭିଡିଓ ଭାଇରାଲ ହେବା ପରେ ଉମାଙ୍କ ମୁଣ୍ଡକୁ ଉକୁଣି କାମୁଡିଥିଲା । ଶେଷରେ ପରିସ୍ଥିତିରେ ପଡି ଦଳୀୟ ଚାପରେ ପ୍ରାର୍ଥୀ ଓଲଟପାଲଟ କରାଯାଇଥିଲା । ସତ୍ଯବାଦୀରେ ସଞ୍ଜୟ ଏବେ ସଂକଟରେ ପଡିଥିବା ସୁଆଣ୍ଡୋରେ ଚର୍ଚ୍ଚା ହେଉଛି । ସତ୍ଯବାଦୀରେ ବିଜେପିକୁ ଦୁଇଭାଗ କରିବା, ସ୍ବାଧୀନ ପ୍ରାର୍ଥୀ ଛିଡା କରିବା ଓ ବିଜେପିର କିଛି କର୍ମୀଙ୍କୁ ହାତକୁ ନେବା ସୁକଳ ଛକରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଥିଲା । ପିଏସଓ ଚିତ୍ତରଞ୍ଜନ ହତ୍ୟାକାଣ୍ଡ , ଆୟୁଷ ଡାକ୍ତର ମାଧବୀଲତାଙ୍କ ମୃତ୍ଯୁ ରହସ୍ଯ, ଚିଟଫଣ୍ଡ ର କଳେଙ୍କାରୀ,ପାଜରୋ ଗାଡି ଉଭାନ ରହସ୍ଯ, ୨୫ ବର୍ଷର ସହଯୋଗୀକୁ କଢିଦେବା ଆଦି ଘଟଣା ସାକ୍ଷୀଗୋପାଳ ବଜାରରେ ଆଲୋଚନା ହେଉଛି । ଅନ୍ଯପକ୍ଷରେ ଉମା ସାମନ୍ତରାୟଙ୍କ ଦୃଢ ସମର୍ଥକ ସଞ୍ଜୟଙ୍କୁ ସପୋର୍ଟ କରୁନଥିବା ଶୁଣାଯାଉଛି ।

ସାହୁପଡା ସରପଞ୍ଚ ଭିକାରୀ ବଳିୟାରସିଂହ ବିଜେଡିରୁ ସସପେଣ୍ଡ କରିଦେବା ଫଳରେ ସେ ବିଜେପିରେ ମିଶିବାରୁ ବିଜେପି ସୁଦୃଢ ହେଉଥିବା କଣାସ ବ୍ଲକ ଛକରେ ଆଲୋଚନା ହେଉଛି । ଅସନ୍ତୁଷ୍ଟ ଉମାଙ୍କ ସମର୍ଥକ ଭିତିରିଆ ଗେମ ପ୍ଲାନ କରୁଥିବାରୁ ତାହା ସଞ୍ଜୟଙ୍କ ପାଇଁ ଘାତକ ସାଜିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସ ପ୍ରାର୍ଥୀ ମନୋଜ ରଥ, ସ୍ବାଧୀନ ପ୍ରାର୍ଥୀ କାମାକ୍ଷ ପ୍ରସାଦ ପ୍ରଧାନ, ଦେବୀ ପ୍ରସାଦ ଜେନା ସଞ୍ଜୟଙ୍କୁ ଟକର ଦେବା ଅବସ୍ଥାରେ ରହିଛନ୍ତି । ସଞ୍ଜୟଙ୍କ କର ବା ମର ପରିସ୍ଥିତି ଉପୁଜିଥିବାରୁ ରାଜନୈତିକ ଦୃଷ୍ଟି କୋଣରୁ ସଞ୍ଜୟ କଳେ ବଳେ କୌଶଳେ ଜିତିବା ପାଇଁ ଚେଷ୍ଟା କରୁଥିବା କୁହାଯାଉଛି । ଅନ୍ଯପକ୍ଷରେ ଓମ ପ୍ରକାଶ ମିଶ୍ର ଦୁଇଥର ହାରିଥିଲା ବେଳେ ଏଥର ସିଂପାଥି ଭୋଟ ଯାଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି । ଓମଙ୍କ ଡିଜିଟାଲ ପ୍ରଚାର ଓ ମୋଦୀଙ୍କ ପୁରୀ ରୋଡ ସୋ ପ୍ରଭାବ ଓମପ୍ରକାଶଙ୍କ ସପକ୍ଷରେ ଯାଇପାରେ ବୋଲି ଆଲୋଚନା ହେଉଛି । ସ୍ବାଭିମାନ ମାଟି ସତ୍ଯବାଦୀରେ ସ୍ବାଧୀନ ପ୍ରାର୍ଥୀ ଜିତିବା ନଜର ରହିଛି । ମେ ୨୫ ଭୋଟ ପରେ କହା ଭାଗ୍ଯରେ ସତ୍ଯବାଦୀ ବିଧାୟକ ସିରିପା ଲାଗି ହେବ ତାହା କେବଳ ସମୟ କହିବ ।

Exit mobile version