Home ଓଡ଼ିଶା ଭୁବନ ରେ ବିଜେଡି ର ବିଶାଳ ଶୋଭଯାତ୍ରା ଓ ପଥ ପ୍ରାନ୍ତ ସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମୋଦି ଠକିଲେ,ନବୀନ ଦେଲେ ୧୫ ଲକ୍ଷ,ଆଛା ଦିନ କୁଆଡେ ଗଲା ? ଜୁଲାଇ ରୁ ମାଗଣା ବିଜୁଳି ; ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ନବୀନ ବିଜୁଳି ମାଗଣା,ମୋଦି ବିଜୁଳି ୫୦ ହଜାର ଡିପୋଜିଟ ମହିଳା ଙ୍କୁ ଫ୍ରି ଭାଉଚର ପ୍ରବଞ୍ଚନା ୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :-> ଭୁବନ ଏନ୍ ଏ ସି ବିଜେଡି ତରଫରୁ ଆଜି ମଙ୍ଗଳବାର ଅପରାହ୍ନରେ ବିପୁଳ ଉତ୍ସାହ ,ଉଦ୍ଦୀପନାର ସହ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ମହିଳା,ପୁରୁଷ ଓ ଦଳୀୟ କର୍ମୀ ଡାକ ବଙ୍ଗଳା ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି ନୁଆ ବଜାର ,ଗଣେଶ ବଜାର, ଗୁଜୁରୀ ହାଟ, ଦୁର୍ଗା ଛକ ଦେଇ ସହର ପରିକ୍ରମା କରିଥିଲା। ବିଭିନ୍ନ ଛକ ମାନଙ୍କରେ କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ଙ୍କୁ ଲୋକମାନେ ସମ୍ବର୍ଦ୍ଧନା ଜଣାଇଥିଲେ। ପଥପ୍ରାନ୍ତ ସଭାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜେପି ଉପରେ ତୀବ୍ର ଆକ୍ରମଣ କରି କହିଥିଲେ ଯେ କେବଳ ନିର୍ବାଚନ ସମୟରେ କେନ୍ଦ୍ର ନେତାଙ୍କ ର ଓଡ଼ିଶା କଥା ମନେ ପଡେ, ତା ପରେ ସେମାନେ ସବୁ ଭୁଲି ଯାଆନ୍ତି। ନବୀନ ପଟ୍ଟନାୟକ ଙ୍କ ମାଗଣା ବିଜୁଳି ବିଜେପିକୁ କରେଣ୍ଟ ଲାଗିଛି । ଜୁଲାଇ ମାସରୁ ଆଉ ଆପଣଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ ବୋଲି କହିଥିଲେ । ୧୦ ବର୍ଷ ପୂର୍ବେ ଲୋକଙ୍କୁ ଆଛା ଦିନ ର ସ୍ବପ୍ନ ଦେଖଇ ବିଦେଶ ରୁ କଳା ଧନ ଫେରିବ,ସମସ୍ତ ଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ,ବର୍ଷକୁ ୨ କୋଟି ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ।୧୦ ବର୍ଷ ମଧ୍ୟରେ ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିନଥିବା ବିଜେପି ଏବେ ଓଡ଼ିଶାକୁ ୧ ନମ୍ବର କରିବାକୁ କହୁଛି। କେନ୍ଦ୍ର ମନ୍ତ୍ରୀ ମାନେ ମିଛ କହୁଛନ୍ତି,କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୋଦି ସରକାର ସିନା ୧୫ ଲକ୍ଷ ଟଙ୍କା ଦେବେ କହି ଠକିଦେଲେ ,ନବୀନ ବାବୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ବର୍ଷକୁ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେଲେ । ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ମିଶନ ଶକ୍ତି,ବି ଏସ କେ ୱାଇ,ମମତା,ଲକ୍ଷ୍ମୀ ବସ,ନୂଆ ଓ ସ୍କଲାରସିପ,କାଳିଆ,ମଧୁବାବୁ ପେନସନ,୫- ଟି ସ୍କୁଲ ଘର ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ ବୋଲି କହୁଛନ୍ତି, ୧୦ ବର୍ଷ କାଳ କ୍ଷମତାରେ ଥିବା ବେଳେ ଚାଷୀ ଙ୍କ କଥା ଭାବିଲେ ନାହିଁ । ଏବେ ନିର୍ବାଚନ ଅଛି ବୋଲି ମିଥ୍ୟା ଭାଷଣ ଦେଉଛନ୍ତି । ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହିଥିଲେ ।ପ୍ରତ୍ୟେକ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ନବୀନ ଙ୍କ ରୂପାନ୍ତରଣ ର ସ୍ପର୍ଶରେ ନବ କଳେବର ରୂପ ଧାରଣ କରିଛି,ବିରୋଧୀ ଦଳ ଏହାକୁ ସହ୍ୟ କରି ପାରୁ ନାହାଁନ୍ତି ।ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଜେପି ର ମାଗଣା ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି କହିଥିଲେ ଯେ , ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ , ତାପରେ ଆପଣଙ୍କ ଘର ଛାତ ଉପରେ ନିର୍ଦ୍ଦିଷ୍ଟ କମ୍ପାନୀ ସୋଲାର ପ୍ୟାନେଲ ବସାଇବ ଓ ସୂର୍ଯ୍ୟ କିରଣ ଦ୍ଵାରା ଚାର୍ଜ ହେଲେ ଆପଣ ବିଜୁଳି ପାଇବେ । ନବୀନ ବାବୁ ଙ୍କ ଯୋଜନାରେ ଆପଣଙ୍କୁ ଟଙ୍କା ଟିଏ ଦେବାକୁ ପଡ଼ିବନି ବୋଲି କହିଥିଲେ । ମହିଳାଙ୍କୁ ଯେଉଁ ୫୦ ହଜାର ଫ୍ରି ଭାଉଚର କଥା କହୁଛନ୍ତି ତାହା ମଧ୍ୟ ସମ୍ପୂର୍ଣ ମିଛ । କାରଣ ଏଥିପାଇଁ କେବଳ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, ସାରା ଦେଶରେ ୩୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଦେଶର ବଜେଟ ୨୦ ଲକ୍ଷ କୋଟି ଟଙ୍କା। ବିଜେପି ର ଏହି ଯୋଜନା ମହିଳା ଙ୍କୁ ଭଣ୍ଡାଇବା ପାଇଁ ଉଦ୍ଦିଷ୍ଟ ।ମହିଳା ଓ ଯୁବ ଗୋଷ୍ଠୀ ପାଇଁ ନବୀନ ବାବୁ ସମର୍ପିତ ବୋଲି କହି ଯୁବକ ମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍,୨ ଲକ୍ଷ ଯୁବକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଇସ୍ତାହାର ପ୍ରକାଶ ପାଇଛି ଏବଂ ମହିଳା ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ,୪୦ ହଜାର ମହିଳା ଙ୍କୁ ସ୍କୁଟି ଦିଆ ଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ବିଧାନ ବଞ୍ଚାଇବା, ଯୁବକ ଙ୍କୁ ନିଯୁକ୍ତି,ମହିଳାଙ୍କୁ ସ୍ୱାବଲମ୍ବୀ କରିବା ,କାମାକ୍ଷା ନଗର,ଭୁବନ ର ଦୃତ ବିକାଶ ସହିତ ବିକଶିତ ଓଡ଼ିଶା ପାଇଁ ଡବଲ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ଶୋଭାଯାତ୍ରାରେ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଅଜୟ କୁମାର ସେଠୀ,ସୁଶାନ୍ତ କୁମାର ପୃଷ୍ଟି,ସଞ୍ଜୀବ କୁମାର ପୃଷ୍ଟି,ନାରାୟଣ ନାୟକ, କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ,ନରେନ୍ଦ୍ର କୁମାର ବେହେରା ଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ,ପଦାଧିକାରୀ ଏବଂ ଛାମୁଆ କର୍ମୀ ମାନେ ଯୋଗଦେଇଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ରାଜନୀତି, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026