ଦୁର୍ଘଟଣାଗ୍ରସ୍ତ ବାଇକରୁ ୧୦ କିଲୋ ଗଞ୍ଜେଇ ଜବତ , ୨ ଜଣ ଫେରାର

୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଛକରୁ ଏକ ବାଇକ ସହ ପୋଲିସ ଗଞ୍ଜେଇ ଜବତ କରିଛି । ପୋଲିସ ସୂଚନା ଦେଇଛି ଯେ, ମୋହନା ଥାନା ଏସଆଇ ଜୟନ୍ତୀ ପୂର୍ତି ଓ ଟିମ ପେଟ୍ରାଲଙ୍ଗି କରୁଥିବାବେଳେ ଏକ ବାଇକ ରାଇଣ୍ଡିଂ ଛକରେ ଦୁର୍ଘଟଣାଗସ୍ତ ହେଇଥିଲା. ଦୁର୍ଘଟଣା ପରେ ବାଇକ ଚାଳକ ସହ ତାର ସହଯୋଗୀ ଫେରାର ହେଇଥିଲେ. ହେଲେ ଘଟଣା ସ୍ଥଳରେ ପୋଲିସ ଯାଞ୍ଚ କରିବାରୁ ବାଇକରୁ ୧୦ କିଲୋ ଗଞ୍ଜେଇ ଜବତ କରିଥିଲା. ପୋଲିସ ମୋହନା ଥାନାରେ ଏନେଇ ମକଦ୍ଦମା ରୁଜୁ କରିବା ସହ ଫେରାର ୨ ଜଣଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଥିବା ଜଣାଯାଇଛି ।

Exit mobile version