ଜୟଦେବ କଂଗେସର ବିରାଟ ବାଇକ ଶୋଭାଯାତ୍ରା ,ଶହ ଶହ ସମର୍ଥକ ସାମିଲ

୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଜୟଦେବ ନିର୍ବାଚନ ଆଉ ୫ଦିନ ବାକି ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପଚାର ଜୋରଦାର ଚାଲିଛି, ଗତ କାଲି ରବିବାର ଦିନ କଂଗେସ ପକ୍ଷରୁ ଏକ ବିରାଟ ବାଇକ୍ ଶୋଭା ଯାତ୍ରା ବିଶ୍ବନ।ଥପୂର୍ ଛକ ଠାରୁ ବାହାରି କିଆଯୋରି, ବାଲିପାଟଣା, ଅଠାନ୍ତର, ନୂଆଗାଁ, ବେଙ୍ଗବତି, ନରଦା, ବନମାଳୀପୁର ସମେତ ବାଲିପାଟଣା ବ୍ଲକର ବିଭିନ୍ନ ଛକ ଏବଂ ଗାଁ ପରିକ୍ରମା କରି କଂଗ୍ରେସର ଇସ୍ତାହାର ପତ୍ର ବାଣ୍ଟିବା ସହିତ ଭୋଟ ଭିକ୍ଷା କରିଥିଲେ । ଏହି ଶୋଭା ଯାତ୍ରାରେ ଶହ ଶହ ସମର୍ଥକ ସାମିଲ ହୋଇ ବିଭିନ୍ନ ନାରାବାଜି ଦେଇଥିଲେ ।ବାଲିପାଟଣା ବ୍ଲକ ସଭାପତି ବଟ କୃଷ୍ଣ ରାଉତଙ୍କ ନେତୃତୋରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ୍ ଏବଂ ଜୟ ଦେବ ବିଧାନ ସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ଏହି ଶୋଭା ଯାତ୍ରାରେ ସାମିଲ ହୋଇ ଲୋକମାନଙ୍କୁ ହାତ ଯୋଡ଼ି ଭୋଟ ଭିକ୍ଷା କରି କହିଥିଲେ ଯେ , କଂଗେସ ଦଳକୁ ପୁଣି ଥରେ ଶାସନ ଗାଦିକୁ ଫେରାଇ ଆଣିବାର ସୁଯୋଗ ଦେବା ପାଇଁ ଭୋଟର ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରିଥଲେ ।କଂଗ୍ରେସ ପକ୍ଷରୁ ପମ୍ପାଲୋ ଏବଂ ଆମନାକୁଦ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଟିତ ସଭାରେ ଏହି ଦୁଇ ପ୍ରାର୍ଥୀଙ୍କ ସମେତ ବାଲିପାଟଣା ବ୍ଲକ ସଭାପତି ବଟକୃଷ୍ଣ ରାଉତ, ବାଲିଅନ୍ତା ବ୍ଲକ ସଭାପତି ଜନ୍ମଜୟ ସ୍ବାଇଁ, ପିସିସି ସଭ୍ୟ ମନୋଜ ନାୟକ, ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ଦଳିତ ନେତା ପ୍ରମୋଦ କୁମାର ଭୋଇଙ୍କ ସମେତ ପ୍ରବୀର କୁମାର ସାମନ୍ତରାୟ, ଅଜୟ ନାୟକ, କୃଷ୍ଣ ଚନ୍ଦ୍ର ଭୋଇ, ଟହଲି ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ, ନେତା ଓ ଶହ ଶହ କଂଗ୍ରେସ ସମର୍ଥକ ଯୋଗ ଦେଇ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଶଗରିଆ ଏବଂ ଭୁବନେଶ୍ୱର ଲୋକସଭା ସଂସଦୀୟ ପ୍ରାର୍ଥୀ ୟାସିର୍ ନୱାଜଙ୍କୁ ବିପୁଳ ସଂଖ୍ୟା ଭୋଟରେ ବିଜୟୀ କରିବା ପାଇଁ ଦୃଢ଼ ଶପଥ ନେଇଛନ୍ତି।

Exit mobile version