ଅଟଳା ସାଇ ସେବା ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଅନ୍ତା :-> ବାଲିଅନ୍ତା ପଞ୍ଚାୟତ ଅଟଳା ଗ୍ରାମର ସାଇ ସେବା ଫାଉଣ୍ଡେସନ ପକ୍ଷରୁ ସୋମବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସାଇ ସେବ ଫାଉଣ୍ଡେସନର ଚେୟାରମ୍ୟାନ ତଥା ଯୁବ ସମାଜସେବୀ ସଂଗ୍ରାମ କେଶରୀ ଜେନା,ଏବଂ ଅନୁଷ୍ଠାନର ସଂପାଦିକା ଜୟଶ୍ରୀ ଜେନାଙ୍କ ଉଦ୍ୟମରେ ଆୟୋଜିତ ରକ୍ତ ଦାନ ଶିବିରରେ, ରାଜ୍ୟ ଭାରତ ସ୍କାଉଟ ଓ ଗାଇଡିର ମୁଖ୍ୟ କାଳି ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।ବିଲିଅନ୍ତା ପଞ୍ଚାୟତର ସରପଞ୍ଚ କୃଷ୍ଣ କେଶବ ଆପାଟ , ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାସ , ନାରୀନେତ୍ରୀ ତଥା ସାଇ ସେବା ଫାଉଣ୍ଡେସନର ଉପଦେଷ୍ଟା ସରୋଜିନୀ ମହାନ୍ତି, ଆଡ଼ଭୋକେଟ ଶୈଳେନ୍ଦ୍ର ପଟ୍ଟନାୟକ , ଅମିୟ ରଞ୍ଜନ ଜେନା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ରକ୍ତ ଦାନ ଏକ ମହତ କାର୍ଯ୍ୟ । ଏହି କାର୍ଯ୍ୟ କରାଉଥିବା ବ୍ୟକ୍ତି ଏବଂ ରକ୍ତ ଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଜଣେ ବ୍ୟକ୍ତିର ଜୀବନ ବଞ୍ଚିପାରୁଛି ।ରକ୍ତ ଦାନ କରୁଥିବା ବ୍ୟକ୍ତିଟି ଜାଣିପାରି ନଥାଏ ତା ରକ୍ତ କାହା ରକ୍ତରେ ମିଶୁଛି । ଏହି ରକ୍ତ ଦାନ ଅଜଣା ବ୍ୟକ୍ତି ସହିତ ସଂପର୍କ ଯୋଡ଼ିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସର୍ବାଧିକ ମହିଳାମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେମାନଙ୍କୁ ସୌମ୍ୟ ରଞ୍ଜନ ରଥ , ପ୍ରଦୀପ୍ତ କିଶୋର ବେହେରା ଏବଂ ମା, ଝାଡ଼ଖଣି ଇଷ୍ଟକନର କର୍ମଚାରୀ, ଅଟଳା ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ।

Exit mobile version