ବିଶିଷ୍ଟ ଶିକ୍ଷାବିତ୍ ସତ୍ୟବାଦୀ ଦାଶଙ୍କର ସ୍ମୃତି ଚାରଣ ସଭା – “ସତ୍ୟର ପୂଜାରୀ ସତ୍ୟବାଦୀ” ସ୍ମରଣିକା ଉନ୍ମୋଚିତ

୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ ଅନ୍ତର୍ଗତ ଟାଙ୍ଗିସାହି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ସତ୍ୟବାଦୀ ଦାଶଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅବସପ୍ରାପ୍ତ କର୍ମଚାରୀ ସଙ୍ଘ ସଭାପତି ନବକିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଐତିହାସିକ ରବୀନ୍ଦ୍ର ପରିଡ଼ା,ଶିକ୍ଷକନେତା ସୁମନ୍ତ ଛୋଟରାୟ, ଶିକ୍ଷାବିତ୍ ହରିବନ୍ଧୁ ସାହୁ,ପ୍ରଫୁଲ୍ଲ କୁମାର ମହାପାତ୍ର, ଦିବାକର ପରମଗୁରୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ଦାସଙ୍କ ଗୁଣାତ୍ମକ ଶିକ୍ଷାଦାନ ଓ ବହୁମୁଖି ପ୍ରତଭାର ସ୍ମୃତିଚରଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଏକ ସ୍ମରଣିକା “ସତ୍ୟର ପୂଜାରୀ ସତ୍ୟବାଦୀ” ଉନ୍ମୋଚିତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ସାହୁ, ଡ.ଅଚ୍ୟୁତ ସାହୁ,ବୈକୁଣ୍ଠ ମହାରଣା,ସେବତୀ ପରିଡ଼ା, ଲଚ୍ଛମନ ପରିଡ଼ା, ସନ୍ତୋଷ କୁମାର ସାହୁ, ମଦନ ପୃଷ୍ଟି,ଦୁର୍ଯୋଧନ ସୁବୁଦ୍ଧି,ଗୀତାଞ୍ଜଳି ମହାପାତ୍ର ,ମନମୋହନ ରାୟ,ଭକ୍ତବଲ୍ଲଭ ପଟ୍ଟନାୟଙ୍କ, ବିଜୟ କୁମାର ପ୍ରଧାନ,ଅମୀୟ ପଟ୍ଟାୟକ,ବୁଦ୍ଧିବାମନ ଭୋଳ ,ପ୍ରଫୁଲ୍ଲ ପାଇକରାୟ, ତ୍ରିନାଥ ଜେନା ଓ ସଂଗ୍ରାମ ମାଝୀ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଦାଶଙ୍କ ସ୍ମୃତିଚାରଣ କରିଥିଲେ।ଏହି ସଭାରେ ବହୁ ପୁରାତନ ଛାତ୍ରୀଛାତ୍ର,ଗ୍ରାମବାସୀ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିବା ବେଳେ ସ୍ବର୍ଗତ ଦାଶଙ୍କ ସୁପୁତ୍ର ଡ.ପ୍ରଦୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version