Home ଓଡ଼ିଶା ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ପୋଲିଂ ଅଧିକାରୀ ଓ ପୋଲିସ କାରୀମାନେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ମେଶିନଗୁଡ଼ିକ ପ୍ରଦାନ କରାଯାଇଛି। ସେମାନେ ଇଭିଏମ୍ ନେଇ ବୁଥ୍କୁ ଯାଉଥିବା ଶନିବାର ରାତ୍ର ସୁଦ୍ଧା ଦେଖିବାକୁ ମିଳିଛି। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଡି. ମାଲେଶ୍ଵର ପାତ୍ରଙ୍କ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛିଯେ, ଜିଲ୍ଲାର ମୋଟ୍ ୫ଲକ୍ଷ ୬୮ ହଜାର ୯୬୧ ଜଣ ଭୋଟର ଆସନ୍ତା ୨୦ ତାରିଖରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୪ ହଜାର ୮୩୮ ଜଣ ପୁରୁଷ, ୨ ଲକ୍ଷ ୯୪ ହଜାର ୫୦ ଜଣ ମହିଳା ଏବଂ ୭୩ ଜଣ କିନ୍ନର କିନ୍ନର ମତଦାନ କରିବେ l ଜିଲ୍ଲାରେ ସମୁଦାୟ ଭିନ୍ନକ୍ଷମ ଭୋଟର ସଂଖ୍ୟା ୧୧ ହଜାର ୨୪୮ ଜଣ ବୋଲି ଜଣାପଡିଥିବାବେଳେ, ୧୪ ହଜାର ୩୩୦ ଜଣ ଯୁବ ଭୋଟର ଅଛନ୍ତି । ଜିଲ୍ଲାର ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୨-ବାଲିଗୁଡ଼ା(ସଂ)ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୧୭୮, ୮୩ ଘୁ.ଉଦୟଗିରି(ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୫୩ ଏବଂ ୮୪-ଫୁଲବାଣୀ (ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୩୦ ବୋଲି ଜଣାପଡ଼ିଛି । ନିର୍ବାଚନ କାର୍ଯ୍ୟର ସୁପରିଚାଳନା ପାଇଁ ସମୁଦାୟ ୩ ହଜାର ୯୬୬ ଜଣ ପୋଲିଂ ଅଧିକାରୀ ମୁତୟନ ହୋଇଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୱେବ୍ କାଷ୍ଟିଙ୍ଗ ପାଇଁ ୩୯୫ ଟି ବୁଥ୍ ପ୍ରସ୍ତୁତ କରାଯାଇଛି ଓ କେତେକ ବୁଥ୍ ରେ ମାଇକ୍ରୋ ଅବ୍ଜ ଜରଭର ଏବଂ ୮୬ ଜଣ ସେକ୍ଟର ମାଜିଷ୍ଟ୍ରେଟ୍ଙ୍କୁ ମଧ୍ୟ ମୁତୟନ କରାଯାଇଛି। ଫୁଲବାଣୀ ଲୋକସଭା ଅନ୍ତର୍ଗତ ବିଧାନସଭା ପାଇଁ ଶନିବାର ରାତ୍ର ସୁଦ୍ଧା ପୋଲିଂ ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହୃତ ଇଭିଏମ୍ ମେଶିନ ଗୁଡ଼ିକ ପ୍ରଦାନ କରାଯାଇଛି। ସେମାନେ ଇଭିଏମ୍ ନେଇ ବୁଥ୍ରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଶନିବାର ଅପରାହ୍ନ ୫ଟାରୁ ୨୧ ତାରିଖ ପର୍ଯ୍ୟନ୍ତ ବୁଥ୍ ଠାରୁ ୨୦୦ ମିଟର ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ ୧୪୪ ଧାରା ଜାରି କରିଛନ୍ତି । ପୋଲିଂ ଅଧିକାରୀ, ପୋଲିସ୍ ଓ ଭୋଟରଙ୍କ ବ୍ୟତିତ ଅନ୍ୟମାନେ ସେହି ଅଞ୍ଚଳ ମଧ୍ୟରେ ଏକାଠି ହୋଇପାରିବେ ନାହିଁ । ନିର୍ବାଚନ ପାଇଁ ମୁତୟନ ପ୍ରିଜାଇଡିଙ୍ଗ ଓ ପୁଲିଙ୍ଗ ଅଧିକାରୀ ମାନଙ୍କୁ ମତଦାନ କେନ୍ଦ୍ରରେ ପହଞ୍ଚାଇବା ଏବଂ ନିର୍ବାଚନ ପରିଚାଳନା ସମ୍ପର୍କୀତ କ୍ଷେତ୍ର ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ୪୪୦ଟି ବୋଲର୍ ଓ ୧୭୫ ଗୋଟି ବସ୍ ବ୍ୟବସ୍ଥା କରାଯାଇଥିବା କଥା ଆଞ୍ଚଳିକ ପରିବହନ ଅଧୁକାରୀ ଶିଶିର କୁମାର ସାହୁ ଜଣାଇଛନ୍ତି । ପ୍ରତି ମତଦାନ କେନ୍ଦ୍ରକୁ ହୁଇଲ ଚେୟାର ଯୋଗାଇ ଦିଆଯାଇଛି। ଭିନ୍ନକ୍ଷମ ଭୋଟର ମାନଙ୍କୁ ସହଯୋଗ କରିବା ପାଇଁ ସ୍ଵେଚ୍ଛାସେବୀ ମୁତୟନ କରାଯାଇଛି। ୮୨-ବାଲିଗୁଡ଼ା(ସଂ) ନିର୍ବାଚନ ମଣ୍ଡଳୀର ୧୫ ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୩୦ ରୁ ୪୪ ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ସେହିପରି, ୮୩-ଘୁ.ଉଦୟଗିରି(ସଂ) ନିର୍ବାଚନ ମଣ୍ଡଳୀର ୦୮ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୬୫ ରୁ ୭୧ ଓ ୭୧(ଏ) ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବା ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ଏବଂ ୮୪-ଫୁଲବାଣୀ (ସଂ) ନିର୍ବାଚନ ମଣ୍ଡଳୀର ୨୩ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୯୮ ରୁ ୧୨୦ ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026