୮ ପଞ୍ଚାୟତରେ ବିଶାଳ ଆଶୀର୍ବାଦ ସମାବେଶ, ନବୀନଙ୍କର ବିକାଶର ବାର୍ତ୍ତା ଦେଲେ ଅରୁଣ
୧୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକର ୮ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରଚାର କଲେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଥିବା ବେଳେ ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏହା ସହ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୁଳକ କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ ବିଧାୟକ ପ୍ରାର୍ଥୀ ଅରୁଣ । ଆଜି ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ବୁଲି ଜୋର୍ଦାର୍ ପ୍ରଚାର ଆରମ୍ଭ କରିଛନ୍ତି ।
ମୁଁ ସଦାଦସର୍ବଦା ଆପଣ ମାନଙ୍କର ମୁଲିଆ ହୋଇ ରହିଛି । ନିର୍ବାଚନ ନୁହେଁ ସାରା ବର୍ଷ ତମାମ ଆପଣ ମାନଙ୍କ ପାଖରେ ମୁଁ ରହି ଆସିଛି । ଲୋକଙ୍କ ସେବା ପାଇଁ ମୁଁ ସବୁବେଳେ ତତ୍ପର ଏବଂ କାର୍ଯ୍ୟ କରିବା ମୋର ଏକ ନିଶା ବୋଲି କହିଥିଲେ।ଏହି ବିଜୟ କେବଳ ମୋର ହେବନାହିଁ,ବରଂ ମୋ ଅଞ୍ଚଳବାସୀଙ୍କର ବିଜୟ ହେବ ବୋଲି କହିଥିଲେ । ଠିକ ସେହିପରି କୌଣସି ବିକାଶମୂଳକ କାର୍ଯ୍ୟକୁ ଯେପରି କଷ୍ଟ ସ୍ୱୀକାର କରି ନିର୍ମାଣ କରାଯାଇଥାଏ,ସନ୍ତାନକୁ ଜନ୍ମ ଦେଇଥିବା ମା’ହିଁ ବୁଝିପାରିବ। ଆଶା କରୁଛି ଆପଣ ସେ କଷ୍ଟକୁ ବୁଝିପାରିବେ।ସେ କଷ୍ଟକୁ ସହ୍ୟ କରିବା ଲାଗି ଶକ୍ତି ଓ ସାହସ ଯୋଗାଇଦେବେ ଓ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତବର୍ଷରେ ରେକର୍ଡ ସୃଷ୍ଟି କରିବେ ବୋଲି କହିଥିଲେ ଅରୁଣ।ଅନ୍ୟପକ୍ଷେ ବିରୋଧୀଙ୍କ ଲଢେଇ ମୋ ବିରୁଦ୍ଧରେ ହୋଇଥିବାବେଳେ ମୋର ଲଢେଇ ନୟାଗଡ଼ର ସମସ୍ୟା ବିରୁଦ୍ଧରେ ।
