ପିରବଜାରରେ ଘରେ ଘରେ ଶଙ୍ଖ ନିର୍ବାଚନ ପ୍ରଚାର

୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଏବଂ କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ପାଇଁ ସିଏମସି ୫୮ ନମ୍ବର ୱ।ର୍ଡ଼ର ଭାଣପୁର ପିରବଜାର ମୁସଲିମ ସାହିରେ ବିଜେଡି ମହିଳା ଏବଂ ପୁରୁଷ କର୍ମୀ ମାନେ ଘରକୁ ଘର ବୁଲି ଶଙ୍ଖ ଚିହ୍ନ ଷ୍ଟିକର, ପୋଷ୍ଟର ଲଗାଇବା ସହ ଭୋଟର ମାନଙ୍କୁ ବିଜେଡିର ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବଟମ ଦବାଇବା ପାଇଁ କହିଥିଲେ ।

 

ଏହା ସହିତ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କ ପାଇଁ ଜନସାଧାରଣ ପିଲା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାର ସୁଫଳ ପାଇ ପାରୁଛନ୍ତି ବୋଲି ସଚେତନ କରାଇଥିଲେ । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ( ବାବୁନୀ ଭାଇ ) ଏବଂ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ବୁଝାଇଥିଲେ ।

 

ଘରେ ଘରେ ଶଙ୍ଖ ସଚେତନତା ରାଲିରେ କଟକ ନଗର ମହିଳା ବିଜୁ ଜନତା ଦଳର ସଂପାଦିକା ଶୀବାନି ଜେନା , କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ପ୍ରମୁଖ ବିଜେଡି କର୍ମୀମାନେ ଘରକୁ ଘର ବୁଲି ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ । ସିଏମସି ୫୮ ନମ୍ବର ୱ।ର୍ଡ଼ର ବିଭିନ୍ନ ଗ୍ରାମରେ ବିଜେଡି ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାରରେ ଆଗୁଆ ରହିଥିଲା ବେଳେ , ବିଜେଡ଼ି ପ୍ରତି ଜନ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

Exit mobile version