ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କଲେ ନିଆଳିର କଂଗେସ ବିଧାୟକ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକ

୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି  :-> ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ଯୁବ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକ ବିଶାଳ ଶୋଭାଯାତ୍ରାରେ ନିଜ କର୍ମୀ ଏବଂ ସମର୍ଥକମାନଙ୍କୁ ସାଙ୍ଗରେ ଧରି କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜ୍ୟୋତି ନିଜ ଗାଁ ଦାମ୍ପଦାରେ ପୂଜାର୍ଚ୍ଚନା ପରେ ନିଆଳି ବଜାରରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ବଜାର ଦେଇ ନିଜର ଶକ୍ତି ପ୍ରଦର୍ଶନ କରି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ଯୋଗ ଦେଇ ବିଜେପି ଓ ବିଜେଡି ଭାଇ ଭାଇ ବୋଲି ତାଛଲ୍ୟ କରି କହିଛନ୍ତି । ଆଉ ପୁଣି ସେ କହିଛନ୍ତି, ” କଂଗ୍ରେସ ଦଳ ଲୋକମାନଙ୍କ ଦଳ କଂଗ୍ରେସ ଶାସନରେ ଥାଉ କି ନ ଥାଉ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିଛି । ୨୦୨୪ ସାଧାରଣ ନିର୍ବାଚନ ପରିବର୍ତ୍ତନ ହେବ ।”

ନିଆଳି ମାଟିରେ ସ୍ବାଭିମାନ ପାଇଁ ଅନ୍ୟାୟ ବିରୋଧରେ ଲଢ଼େଇ କରିବା ପାଇଁ ନିଆଳିବାସୀ ସମର୍ଥନ ଦେବା ପାଇଁ ସେ ନିବେଦନ କରିଛନ୍ତି । ନିଆଳି ନିର୍ବାଚନ ମଣ୍ଡଳୀର ଜ୍ୟୋତିରଞ୍ଜନ ଜଣେ ଉଚ୍ଚ ଶିକ୍ଷିତ ସେ ନିଆଳି ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ଏହାର ସମାଧାନ କରିବାକୁ ଶପଥ ନେଇଛନ୍ତି ବୋଲି ଶ୍ରୀ ମଲ୍ଲିକ ଦୃଢତାର ସହ କହିଛନ୍ତି । ଆଗାମୀ ଦିନରେ ନିଆଳିର୍ ସ୍ବାର୍ଥ ପାଇଁ ଜ୍ୟୋତିରଂଜନ ଲୋକମାନଙ୍କ ସହ ରହି ଦୁର୍ନୀତି ବିରୋଧରେ ଲଢେଇ କରିବ , ସେପଟେ ଏନେଇ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା କହିଛନ୍ତି, “କଂଗ୍ରେସ ଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି । ବିଜୟୀ ହେଲେ କିମ୍ବା ପରାଜୟ ହେଲେ ବି ସାଧାରଣ ଲୋକଙ୍କ ସହିତ କଂଗ୍ରେସ ଦଳ ଅଛି ଆଉ ରହିବ । ଆଗାମୀ ଦିନରେ ନିଆଳି ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଯୁବ ପ୍ରାର୍ଥୀ ଜ୍ୟୋତି ଲଢେଇ କରିବ ।

କଂଗ୍ରେସ ଦଳ ଧାନ ଚାଷୀ, ପାନ ଚାଷୀ, ଦୁଗ୍ଧ ଚାଷୀ ଓ ବେକାରୀମାନଙ୍କ ପାଇଁ ଲଢେଇ କରିବ । ଜ୍ୟୋତି ରଞ୍ଜନ ଏବେ ନିଆଳି ବ୍ଳକ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅଛନ୍ତି । ତାଙ୍କ ବାପା ଆର୍ତ୍ତତ୍ରାଣ ମଲ୍ଲିକ ମଧ୍ୟ କଂଗ୍ରେସ ଦଳରୁ ୨୦୦୯ ମସିହାରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ଲଢିଥିଲେ । ଚଳିତ ନିର୍ବାଚନରେ ନିଆଳିରେ ବିଜେଡି ସହିତ କଂଗେସର ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । କଂଗେସର ଏହି ନାମାଙ୍କନ ପତ୍ର ଦାଖଲ ଶୋଭା ଯାତ୍ରାରେ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା, କଣ୍ଟାପଡ଼ା ବ୍ଲକ ସଭାପତି ଭରତ ଚନ୍ଦ୍ର ବେହେରା, ବ୍ଲକ ସାଧାରଣ ସମ୍ପାଦକ ବାହନ ପରିଡ଼ା, ନିଆଳି କଂଗ୍ରେସ କମିଟି ସଭାପତି ସୌଭାଗ୍ୟ ରଞ୍ଜନ ବସ୍ତିଆଙ୍କ ସମେତ ନିଆଳି ଓ କଣ୍ଟାପଡ଼ା ବ୍ଲକର ଶହ ଶହ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟ କରିବା ପାଇଁ ଆବାହନ ଦେଇଛନ୍ତି ।

Exit mobile version