ପ୍ରେମର ରାସ୍ତା ରେ ପ୍ରେମିକା ର ଭାଈ ସାଜିଥିଲା କଣ୍ଟା : ରାସ୍ତା ରୁ ହଟାଇବାକୁ ପ୍ରେମିକ ରଚିଥିଲା – ବଡ଼ ଷଡ଼ଯନ୍ତ୍ର

୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ପ୍ରେମର ରାସ୍ତା ରେ ପ୍ରେମିକା ର ଭାଈ ସାଜିଥିଲା କଣ୍ଟା । ରାସ୍ତା ରୁ ହଟାଇବାକୁ ପ୍ରେମିକ ରଚିଥିଲା ବଡ଼ ଷଡ଼ଯନ୍ତ୍ର । ୨ଲକ୍ଷ ଟଙ୍କା ରେ ଜୀବନରୁ ମାରିବାକୁ ଦିଆଯାଇଥିଲା ସୂପାରି । ବନ୍ଧୁକ କିଣାଯାଇ ସୂପାରୀ କିଲର ଙ୍କ ମାଧ୍ୟମ ରେ ପ୍ରେମିକା ଭାଇ ଉପରେ ହୋଇଥିଲା ଗୁଳି ମାଡ଼ କିନ୍ତୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ଭାଈ । ଏନେଇ ଥାନରେ ଅଭିଯୋଗ ହେବାପରେ ପ୍ରେମିକ ସମେତ ୪ଜଣ ଙ୍କୁ ଗିରଫ କରାଯାଇଥିବା ବେଳେ ଏକ ବନ୍ଧୁକ ସହ ଜୀବନ୍ତ ଗୁଳି, ମୋବାଇଲ ଓ ଏକ ବୁଲେଟ ଗାଡ଼ି ଜବତ କରାଯାଇଛି ।

ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଜୟପୁର ଫାଣ୍ଡି ଅଧୀନ ମଧୁପୁର ଗ୍ରାମରେ। ଏହି ଗ୍ରାମର ଗୌରହରି ବେହେରା ଙ୍କ ଭଉଣୀ ଙ୍କ ସହ ନିକଟସ୍ଥ ବଉଳା ଗ୍ରାମର କପିଳ ବେହେରା ଙ୍କ ସହ ଗୁପ୍ତ ପ୍ରେମ ସମ୍ପର୍କ ଥିଲା । ଏହାକୁ ଗୌରହରି ବିରୋଧ କରୁଥିଲେ । ପ୍ରେମ ରାସ୍ତା ରୁ ଭାଇ କୁ ହଟାଇବାକୁ ପ୍ରେମିକ ରଚିଥିଲା ଷଡଯନ୍ତ୍ର । ଜୀବନର ମାରିବା ପାଇଁ ୨ଲକ୍ଷ ଟଙ୍କାରେ ବଉଳାର ସଂଗ୍ରାମ ବେହେରା ଓ ଛତିଆ ଅଞ୍ଚର ସଂଗ୍ରାମ ସାହୁ ଙ୍କୁ ସୁପାରୀ ଦେଇଥିଲେ ।

ସେମାନେ ଅଗ୍ରୀମ ୭୫ହଜାର ଟଙ୍କା ରେ ଭୁବନେଶ୍ୱର ରେ ରହୁଥିବା ଛତିଆ ଅଞ୍ଚଳ ର ଦେବବ୍ରତ ମହାନ୍ତି ଙ୍କ ଠାରୁ ବନ୍ଧୁକ କିଣିଥିଲେ। ଭବାନୀ ଓ ସଂଗ୍ରାମ ପ୍ରେମିକା ର ଭାଇ ଗୌରହରୀ ଙ୍କ ଉପରେ ବନ୍ଧୁକରେ ଏକ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି ତାଙ୍କ ଛାତି ତଳ ପେଟରେ ବାଜି ଅଳ୍ପକେ ଖସିଯାଇଥିଲା । ଏନେଇ ମାହାଙ୍ଗା ଥାନରେ ଅଭିଯୋଗ ହେବା ପରେ ତଦନ୍ତ କରାଯାଇ ଘଟଣାରେ ସଂପୃକ୍ତ ଥିବା ପ୍ରେମିକ ,ଶୁପାରି କିଲର, ବନ୍ଧୁକ ବ୍ୟବସାୟୀ କୁ ଗିରଫ କରାଯିବ ସହ ଏକ ବନ୍ଧୁକ, ଜୀବନ୍ତ ଗୁଳି, ୩ଟି ମୋବାଇଲ ଓ ଏକ ବୁଲେଟ ଗାଡ଼ି ଜବତକରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ସହକାରୀ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ ସୁଚନା ଦେଇଛନ୍ତି ।

Exit mobile version