କନ୍ଧମାଳ ବିଜେଡ଼ି ସାସଂଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଙ୍କ ମାରାଥନ ପ୍ରଚାର

୧୬ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :->  ଦଶପଲ୍ଲା ନିର୍ବାଚନୀ ମଣ୍ଡଳି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଓ କନ୍ଧମାଳ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏକ ବିଶାଳ ବାଇକ୍ ରାଲି ରେ ଶକ୍ତି ପ୍ରଦର୍ଶନ ସହ ମାରାଥନ ପ୍ରଚାର କରିଛନ୍ତି । ନୂଆଗାଁ ବ୍ଳକର ମାଳିସାହି , ଖଣ୍ଡୁଗାଁ, ମହିପୁର୍ ବାହାଡଝୋଲl,କପ୍ତାପଲ୍ଲଇ,ଗୁମି, ଜକଡ।ନୂଆଗାଁ,କୋରଡ଼ା, ସୋରଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭି ମୁଖି ଯୋଜନା ,

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଲୋକମାନଙ୍କୁ କହିବା ସହ ଆଗାମୀ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିକରୁ ଅଧିକ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ଥିଲା ଆଗକୁ ମଧ୍ୟ ଜାରି ରହିବ ବୋଲି ବିଜେଡ଼ି ସାଂସଦ ଓ ବିଧାୟକ ପ୍ରାର୍ଥୀ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରିୟା ବେହେରା, ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା,

୧୬ନ ଜିଲ୍ଲା ପରିଷଦ ସଭ୍ୟl ଜସ୍ମିନ୍ ଦାସ, ୧୭ନ ଜିଲ୍ଲା ପରିଷଦ ସଭ୍ୟl ପ୍ରତିମା ଦଳ ବେହେରା,ବ୍ଳକ ବିଜେଡି ସଭାପତି ସନାତନ ସାମଲ, ଜିଲ୍ଲା ବିଜେଡ଼ି ଉପସଭାପତି ଦିଲ୍ଲୀପ ଦଳ ବେହେରା, ସମାଜ ସେବୀ ଶଙ୍କର୍ଷଣ ବେହେରା, ଅତ୍ମ୍ମା ଅଧ୍ୟକ୍ଷ ସଞ୍ଜୀବ ସାହୁ, ବିଜେଡି ଛାତ୍ର ସଭାପତି ସୁବ୍ରତ ପରିଡା, ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ଙ୍କ ସମେତ ୨୨ଟି ପଂଚାୟତର ଜନ ପ୍ରତିନିଧି ଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡ଼ିର କର୍ମି ଓ ସମର୍ଥକ ମାନେ ବାଇକ୍ ରାଲିରେ ଯୋଗଦେଇ ଥିଲେ l

Exit mobile version