ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର,ସିବଏସ୍ଇ ପରୀକ୍ଷାର୍ଥୀ ଙ୍କ କ୍ରୃତୀତ୍ବ

ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ବାଲୁଗାଁ ସ୍ଥିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଦଶମ ସିଵିଏସ୍ଇ ପରୀକ୍ଷାର୍ଥୀ ଙ୍କୁ ବଡ଼ ଧରଣର ସଫଳତା ମିଳିଛି। ସର୍ବ ମୋଟ ୮୯ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୮୫ ଜଣ ପାଶ୍ କରିଥିବା ବେଳେ ୬ ଜଣ ୯୦ପ୍ରତିଶତ ନମ୍ବର ରଖି ଛନ୍ତି। ବିଦ୍ୟାଳୟ ର ଛାତ୍ରୀ ପାୟଲ ପ୍ରଧାନ ସର୍ବ ମୋଟ ୯୬ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ର ଟପର୍ ବିବେଚିତ ହୋଇଛନ୍ତି,

ଦ୍ଵିତୀୟ ସ୍ଥାନରେ ଦିବ୍ୟାଙ୍କ ସାମନ୍ତରାୟ ୯୩.୬% , ତୃତୀୟ ସ୍ଥାନରେ ଅତ୍ୟୁଲ୍ୟ ବଳିୟାର ସିଂହ ୯୩.୨% , ଚତୁର୍ଥ ସ୍ଥାନରେ ସୁମିତ ଅଧୀକାରି ୯୩%, ପଞ୍ଚମ ସ୍ଥାନରେ ଅମ୍ଲାନ ଗୌରବ ଜେନା ୯୦.୨%, ଷଷ୍ଠ ସ୍ଥାନରେ ଶ୍ରେୟା ମଣ୍ଡଳ ୯୦.୨% ରଖିଛନ୍ତି।ଏହି ସଫଳତା ପାଇଁ ଛାତ୍ର ଛାତ୍ରଛାତ୍ରୀ, ଅଭିଭାବକ,ଅଭିଭାଵିକା ମହଲରେ ଆନନ୍ଦ ପରିଲକ୍ଷିତ ହୋଇଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ତ୍ତୃପକ୍ଷ ଙ୍କୁ ସାଧୁବାଦ ପ୍ରଦାନ କରାଯାଇଛି।

Exit mobile version