ଦଶପଲ୍ଲା ପଶ୍ଚିମାଅଞ୍ଚଳରେ ବିଜେଡ଼ିର ଜୋରଦାର ପ୍ରଚାର  

୧୫ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା  :->  କନ୍ଧମାଳ ସଂସଦୀୟକ୍ଷେତ୍ରର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନକରେ ।ଦିନକୁ ଦିନ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାର ଜୋରଦାର ଚଳାଇଛନ୍ତି । ଚଳିତ ନିର୍ବାଚନ ରେ , ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ପାଇଁ ୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ତରିକାରେ ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ।କିନ୍ତୁ ଯଦି ପୂର୍ବ ନିର୍ବାଚନ କଥା ଦେଖାଯାଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦଶପଲ୍ଲା କୁ ବିଜେଡ଼ିର ଗଡ଼ କୁହାଯାଏ ।

ତେବେ ଚଳିତ ସାଧାରଣ ନିର୍ବାଚନରେ କେଉଁ ଦଳକୁ ମିଳିବ ସ୍ପଷ୍ଟ ଜନମତ ତାହା ନିର୍ବାଚନୀ ଫଳାଫଳ ପରେ ଜଣା ପଡ଼ିବ ।କିନ୍ତୁ ଦଶପଲ୍ଲା ବିଧାନସଭା ଆସନରୁ ୨ୟ ଥର ପାଇଁ ବିଜେଡ଼ି ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ବେହେରା ପ୍ରଚାର ଜୋରଦାର କରି ଲୋକଙ୍କ ପାଖରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ କହି ବିଜେଡ଼ିର ଇସ୍ତାହାର କଥା କହି ବିଜେଡ଼ି କୁ ଭୋଟ ଦେବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରୁଛନ୍ତି

ଏବଂ ଏହି ପରିପ୍ରେକ୍ଷୀରେ ଆଜି ଦଶପଲ୍ଲା ପଶ୍ଚିମାଅଞ୍ଚଳର କୁଲୁରୁକୁମ୍ପା ପଂଚାୟତରେ ବିଜେଡ଼ି ପ୍ରାର୍ଥୀ ରମେଶ ପ୍ରଚାର ଜୋରଦାର କରିଛନ୍ତି ।ଏହି ପ୍ରଚାର ସମୟରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ,ଦଶପଲ୍ଲା ବ୍ଲକ ବିଜେଡ଼ିର ଦୃଢ଼ ସଂଗଠକ ଉପେନ୍ଦ୍ର କୁମାର ସାହୁ,୯ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ହରିଶ୍ଚନ୍ଦ୍ର ଜାନୀ ଙ୍କ ସମେତ ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଓ ଶୁଭେଚ୍ଛୁ ,ସମର୍ଥକ ଉପସ୍ଥିତ ଥିଲେ ।

Exit mobile version