ପଂଚାୟତ କାର୍ଯ୍ୟାଳୟ ଛାତରୁ ଗଳି ପଡି ପାଇପ ମିସ୍ତ୍ରୀଙ୍କ ମୃତ୍ୟୁ , ମେଡିକାଲ ସମ୍ମୁଖ ରାସ୍ତା ଅବରୋଧ

ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) କଟକ, ମାହାଙ୍ଗା :- ପଂଚାୟତ ଛାତ ଉପରେ ପାଇପ କାର୍ଯ୍ୟ କରୁଥିବା ଶ୍ରମିକ ତଳକୁ ଗଳିପଡି ମୃତ୍ୟୁ କୁ ନେଇ ମାହାଙ୍ଗା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି ଏଭଳି ଘଟଣା ଘଟିଛି ଖୋଦ କଟକ ଜିଲ୍ଲା ମାହାଙ୍ଗା ପଂଚାୟତ ସମିତି ଅଧୀନ ଶ୍ରୀକୃଷ୍ଣ ପୁର ପଂଚାୟତ କାର୍ଯ୍ୟଳୟ ପରିସରରେ ପଂଚାୟତ କାର୍ଯ୍ୟାଳୟରେ ଏକ ଲାଟିନ ଟାଙ୍କି ରେ ପାଇପ କାମ କରିବାକୁ ଯାଇଥିବା ଏହି ପଂଚାୟତ ଅଡ଼ମ ମହେଶପୁର ଗ୍ରାମର ସ୍ୱାବଲମ୍ବୀ କାରିଗର ଶରତ ଚନ୍ଦ୍ର ଦାସ 30 କୌଣସି କାରଣରୁ ଛାତରୁ ଗଳିପଡି ଗୁରୁତର ଆହତ ହୋଇଥିଲେ ତୁରନ୍ତ ଦମକଳ ବାହିନୀ ସାହାଯ୍ୟରେ ମାହାଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ମୃତ ଶରତକୁ ଶ୍ରୀକୃଷ୍ଣପୁର ପଂଚାୟତ ର ଭାରପ୍ରାପ୍ତ ସରପଞ୍ଚ ରାଜେଶ ବେହେରା ଓ ଭିଏଲ ଡବ୍ଲୁ ସରକାରୀ ପାଇପ କାର୍ଯ୍ୟରେ ଲଗାଇଥିବାରୁ ତାଙ୍କୁ ଦାଈକରି ଗ୍ରାମବାସୀ ଓ ପରିବାର ଲୋକ ମାନେ ମେଡିକାଲ ସମୁଖରେ ବସି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ

କାର୍ଯ୍ୟରେ ଲଗାଇଥିବା ସରପଞ୍ଚ ଘଟଣା ପରେ ଲୁଚି ପଳାଇଥିବାରୁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି କିପରି ଶରତ ଛାତରୁ ପଡିଲା ସେଥିନେଇ ସନ୍ଦେହ ଜାତ ହୋଇଛି ଛାତ ଉପରେ ଯାଇଥିବା 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ ଉପରୁ ଗଳିପଡିଥିବା ନେଇ ଶୁଣିବାକୁ ମିଳିଛି ମୃତ ଶରତ ଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ଦାବୀ କରି ଶତାଧିକ ଗ୍ରାମବାସୀ ମେଡିକାଲ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଘଟଣା ସ୍ଥଳରେ ମାହାଙ୍ଗା ତହସିଲଦାର ଚିତ୍ତରଞ୍ଜନ ପଟନାୟକ , ବିଡ଼ିଓ ନିହାର ମଲିକ ଆଇଆଇସି ରଞ୍ଜନ ପ୍ରଧାନ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଜିଲ୍ଲା ରେଡ କ୍ରସ ପାଣ୍ଠିରୁ କୋଡିଏ ହଜାର ଓ ବ୍ଲକ ପ୍ରଶାସନ ପକ୍ଷରୁ ଦଶ ହଜାର ଟଙ୍କା ମୃତକ ଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ପରେ ମେଡିକାଲ ସମ୍ମୁଖରୁ ଅବରୋଧ ହଟିଥିଲା ମୃତକ ପତ୍ନୀ କୁ ସରକାରୀ ଚାକିରୀ ପ୍ରଦାନ କରାନଗଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ( ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )

Exit mobile version