ମୁକୁଳା ପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର, ବାଉଁଶ ଭରଷା ରେ ବିଦ୍ୟୁତ ସରବା ବହ  

୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> କଥାରେ ଅଛି ସବୁବେଳେ ଦୀପ ତଳ ଅନ୍ଧାର । ଏଭଳି ଘଟଣା ଦେଖିବାକୁ ମିଳୁଛି ଭାପୁର ବ୍ଲକ ସଦର ମହକୁମାରେ। ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାସ୍ଥିତ ଅଗ୍ନିଶମ ବାହିନୀ କେନ୍ଦ୍ର ସମ୍ମୁଖରୁ ଭାପୁର ହାଇସ୍କୁଲକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା କଡ଼ରେ ମୁକୁଳା ହୋଇ ପଡିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର । ମୁକୁଳା ହୋଇ ପଡ଼ିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରର ଚତୃପାର୍ଶ୍ଵ ଅନାବନା ଘାସ ତଥା ଗଛ ଦ୍ଵାରା ଆଚ୍ଛାଦିତ ହୋଇ ରହିଥିବା ବେଳେ ଜନ ସାଧାରଣ ତଥା ଗୃହ ପାଳିତ ପଶୁମାନଙ୍କ ପାଇଁ ବିପଦ ସାଜିଛି ।

ଏଥିସହ ବାଉଁଶ ସହାୟତାରେ ୩ଟି ଫେଜ୍ର ବିଦ୍ୟୁତ୍ କେବୁଲ୍ତାରକୁ ସଂଯୋଗ କରାଯାଇ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆ ଯାଇଥିବାରୁ ବିପଦକୁ ଏକ ପ୍ରକାର ଆମନ୍ତ୍ରଣ କରାଯାଉଛି । ଉକ୍ତ ରାସ୍ତା କଡ ଦେଇ ପ୍ରତି ଦିନ ଶହ ଶହ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ତଥା ଭାପୁର ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବା ପାଇଁ ତଥା ଶତାଧିକ ଜନ ସାଧାରଣ ଯାତାୟତ କରୁଥିବା ବେଳେ ଭାପୁର ମହୋତ୍ସବ ଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବ ସମୟରେ ଜନ ଗହଳି ଲାଗି ରହୁଛି ।

ତେଣୁ କେତେବେଳେ ଯେ କୌଣସି ଏକ ଅଘଟଣ ନଘଟିବ କହି ହେବ ନାହିଁ। ତେଣୁ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ, ସମାଜସେବୀ ତଥା ଜନ ସାଧାରଣ ଦାବି କରିଛନ୍ତି । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବାରିକ କୁହନ୍ତି, ଏନେଇ ଆମେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି, ତେଣୁ ଅନୁଦାନ ଅର୍ଥ ଆସିଲେ ଏହାର ସମାଧାନ କରାଯିବ ।

Exit mobile version