ନିର୍ବାଚନ ପାଇଁ ଚାନ୍ଦପୁର ପୋଲିସ୍ ର ଫ୍ଲାଗ୍ ମାର୍କ

୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ତାତି ଠାରୁ ନିର୍ବାଚନ ତାତି କାହିଁ ରେ କେତେ । ନିର୍ବାଚନ ଆସିଲେ ନିର୍ବାଚନ ରେ ବିଭିନ୍ନ ପ୍ରକାର ଅଘଟଣ ଘଟାଇ ନିଜର ମନ୍ଦ ଯୋଜନା କୁ ଫଳପ୍ରଦ କରିବା ପାଇଁ କେତେକ ଅସାମାଜିକ ଚରିତ୍ର ର ବ୍ୟକ୍ତି ସୁଯୋଗ କୁ ଅପେକ୍ଷା କରିଥାନ୍ତି । ହେଲେ ପ୍ରଶାସନ ଏବେ ଠାରୁ ଏହାକୁ ପ୍ରତିହତ କରିବା ପାଈଁ ଆରମ୍ଭ କରି ଦେଇଛି ପ୍ରସ୍ତୁତି।

ଆସନ୍ତା ସାଧାରଣ ନିର୍ବାଚନ  କିଭଳି ଭାବେ ଭୟ ମୁକ୍ତ ସହ ନିରପେକ୍ଷ ଭାବେ ଅନୁଷ୍ଠିତ ହୋଇ ପାରିବ ସେଥିପାଇଁ ନୟାଗଡ ଜିଲ୍ଲା ଚାନ୍ଦପୁର   ଥାନା ପୋଲିସ ପକ୍ଷରୁ କରାଯାଇଛି ଫ୍ଲାଗ ମାର୍ଚ୍ଚ।ଚାନ୍ଦପୁର ଥାନା ର ବିଭିନ୍ନ ସମ୍ବେଦନ ଶୀଳ ସହ ଅତି ସମ୍ବେଦନ ଶୀଳ ସ୍ଥାନରେ  ସଶସ୍ତ୍ର  ସୁରକ୍ଷା ବଳଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଏହା ସହ  କନ୍ଧ ନୟାଗଡ଼, ଜଙ୍କିଆ, ମୟୁରଝଲିଆ, ଖଣ୍ଡିସୀ ଗ୍ରାମ ପଂଚାୟତ ରେ ଫ୍ଲାଗ ମାର୍ଚ୍ଚ କରିଛି ଚାନ୍ଦପୁର  ପୋଲିସ । ଥାନା ଆଇ ଆଇ ସି  ଜଗଦୀଶ କୁମାର କର ଙ୍କନେତୃତ୍ୱ ରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନରେ ସମସ୍ତ ଭୋଟର୍ସ ସେମାନଙ୍କର ମତ ସାବ୍ୟସ୍ତ କରିବା ପାଇଁ ନିବେଦନ କରିଛନ୍ତି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କୁମାର କର ନିବେଦନ କରିଛନ୍ତି ।

Exit mobile version