ନିଆଳିରେ ଆନ୍ତର୍ଜାତୀୟ ମାତୃ ଦିବସ ଓ ସେବିକା ଦିବସ ପାଳିତ

୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବା ସଦନ ସଭା କକ୍ଷରେ ଆନ୍ତର୍ଜାତୀୟ ମାତୃ ଦିବସ ଓ ସେଵିକା ଦିବସ, ସମସ୍ତ କର୍ମଚାରି ଓ ଡାକ୍ତରମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଏହି ଅବସରରେ ଇସ୍ପାତ ହସ୍ପିଟାଲ ରାଉରକେଲାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗୀୟ ପୂର୍ବତନ ମୁଖ୍ୟ ଡାକ୍ତର ମନୋରମା ମହାନ୍ତି ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ନର୍ସ ଷ୍ଟାଫ୍ ଓ ଅନ୍ୟମାନଙ୍କୁ ଉଦବୋଧନ ଦେଇଥିଲେ ।

ଡାକ୍ତର ମହାନ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସିଂ ଷ୍ଟାଫ ମାନଙ୍କର ଗୁରୁତ୍ ଓ ରୋଗୀମାନଙ୍କ ପାଇଁ ଥିବା ତାଙ୍କର ଦାଇତୋ ଉପରେ ଆଲୋକପାତ୍ କରିବା ସହ ସୃଷ୍ଟିରେ ମା, ମାନଙ୍କର ମହତ କାର୍ଯ୍ୟ ଉପରେ ନିଜର ମତାମତ ରଖିଥିଲେ । ସବା ଶେଷରେ ଅନୁଷ୍ଠାନର ନର୍ସିଂ ମୁଖ୍ୟ, ଅନ୍ୟାନ୍ୟ ନର୍ସିଂ ଷ୍ଟାଫ୍ ଓ ଇନ୍ ଟ୍ରକ ମାନଙ୍କୁ ଅନୁଷ୍ଠାନ ତରଫରୁ ଉପହାର ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଫେସର ସୌମୀୟରଞ୍ଜନ ମିଶ୍ର ସଭା ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ଏହି କାର୍ଯ୍ଯ ପରିଚାଳନାରେ ସୌମୀୟରଞ୍ଜନ୍ ତିଆଡି ଓ ଅନୁଷ୍ଠାନର ଅନ୍ୟ କର୍ମ ଚାରି ସହଯୋଗ କରିଥିଲେ ।

Exit mobile version