ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ନିଆଳି ବିଜେପି ପ୍ରାର୍ଥୀ ଛବି ମଲ୍ଲିକ , ଏଥର ନିଆଳିର ଭାଗ୍ୟ ବଦଳିବ

୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନିଆଳି  :-> ବିଜେପିର ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ ମାଧବ ନିଆଳି ଜଲାରପୁର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ତାଙ୍କର ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ଗଲାବେଳେ ତାଙ୍କୁ ନିଆଳି ବଜାର, ନୂଆଗାଁ ଛକ, କାଲିଆଘାଇଛକ ,ସଲେଇ, ସମେତ ଅଡସପୁର ବଜାର ,କଣ୍ଟାପଡା ବ୍ଲକ ଛକ,ସୁନ୍ଦରଗ୍ରାମ, ଝରିଲୋ, ଫୁଲନଖର। ଆଦି ଛକ ସ୍ଥାନମାନଙ୍କରେ ବିଜେପି କର୍ମୀ ଓ ସମର୍ଥକମାନେ ସ୍ଵାଗତ କରିଥିଲେ । 

ଏହି ନାମାଙ୍କନ ଶୋଭଯାତ୍ରାରେ ଜଗତସିଂପୁର ଲୋକ ସଭା ସାଂସଦ ପ୍ରାର୍ଥୀ ବିଭୁଦତ୍ତ ତରାଇ, ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା, କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଜିନା ଭୋଇ , ନିଆଳି ମଣ୍ଡଳ ସଭାପତି ସଂଗ୍ରାମ ଲେଙ୍କା, ବିଜେପି ନେତା ଗଣେଶ୍ୱର ମିଶ୍ର, ବିଜେପି ଯୁବ ମୋର୍ଚ୍ଚାର ମିହିର ନାୟକ, ଯୁବ ସଂଗଠକ ଓମ ପ୍ରକାଶ ଜେନା, ସମାଜ ସେବୀ ରାଘବ ଚନ୍ଦ୍ର ବେହେରା, ନବଘନ ସ୍ଵାଇଁ ,ମଣ୍ଟୁ ବେହେରା, ପ୍ରଶାନ୍ତ ସାହୁ,,ସମେତ ନିଆଳି, କଣ୍ଟାପଡ଼ା ଏବଂ ବାରଙ୍ଗ ବ୍ଲକର ବର୍ତ୍ତମାନ ଓ ପୁର୍ବତନର ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା , ସମେତ ବହୁ ବିଜେପି ସମର୍ଥକ, ଓ କର୍ମୀମାନେ ସାମିଲ ହୋଇ ବିଜେପିର ବିଭିନ୍ନ ନାରାବାଜି ଦେଇଥିଲେ ।

ବର୍ତ୍ତମାନ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଜନ କଲ୍ୟାଣ ଯୋଜନା ବିଷୟରେ ଅନୁପ୍ରାଣିତ ହୋଇ ଏବେ ବିଜେଡି ଦଳ ଛାଡ଼ି ବିଜେପିରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଯୋଗ ଦେବାରେ ଲାଗିଛନ୍ତି। ସେଥି ନେଇ ବିରୋଧୀ ବିଜେଡି ଦଳରେ ଭାଳେଣୀ ପଡିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଆଜିର ବିରାଟ ଶୋଭା ଯାତ୍ରାରେ ବିଜେପିର ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇ ଥିବାରୁ ଶ୍ରୀ ମଲ୍ଲିକ ବିଜେପିରୁ ନିଶ୍ଚିତ ବିଜୟ ଲାଭ କରିବେ ବୋଲି କର୍ମୀମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାକୁ ପ୍ରଧାନ ମନ୍ତ୍ରୀଙ୍କ ଘନ ଘନ ଗ୍ରସ୍ତ ଓ ବିରାଟ ସମାବେଶ ଏବଂ ବୈଠକକୁ ନେଇ ବିଜେପିର ମନୋବଳ ବୃଦ୍ଧି ପାଇଛି ,

ସେଥି ନେଇ ବିଜେପି ଓଡ଼ିଶାରେ ବହୁ ସଂଖ୍ୟକ ଆସନ ହାସଲ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ବିଜେପିର ନିର୍ବାଚନୀ ପ୍ରସଙ୍ଗ ନେଇ ଓଡ଼ିଶାବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ଲୋକେ ଏହାକୁ ସ୍ବାଗତ କରିବା ସହ ବିଜେପିକୁ ବହୁ ସଂଖ୍ୟକ ଆସନରେ ବିଜୟୀ କରିବା ପାଇଁ ଦୃଢ଼ ନିଷ୍ପତି ନିଆଯାଇଛି । ଓଡ଼ିଶାରେ ପଦ୍ମ ଫୁଟିବ ଏବଂ ଦୁର୍ନୀତି ହଟିବ ବୋଲି ସାଧାରଣରେ ଆଲୋଚ୍ୟ ବିଷୟ ଜୋର୍ ଧରିଛି । ଆସନ୍ତା 20ତାରିଖରେ ପ୍ରଧାନ ମନ୍ତ୍ରୀଙ୍କ ପୁଣି ଥରେ ଓଡ଼ିଶା ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ଏବେ ଓଡ଼ିଶାବାସୀ ଖୁସି ବ୍ୟକ୍ତ କରିଛନ୍ତି । ବାରମ୍ଵାର ପ୍ରଧାନ ମନ୍ତ୍ରୀଙ୍କ ଓଡ଼ିଶାକୁ ଗ୍ରସ୍ତ କରିବା ଏବଂ ବିଜେପିର ପ୍ରଚାର ପ୍ରସାର କ୍ଷେତ୍ରରେ ମହାସମାବେଶ କରାଯିବ। ନେ଼ଇ ବିରୋଧୀ ବିଜେଡି ଦଳରେ ଏବେ ଭାଳେଣୀ ପଡିଛି । ଏଥର ଓଡ଼ିଶାରେ ବିଜେପି ତାର ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Exit mobile version