ଶାନ୍ତି ତପୋବନ ଆଶ୍ରମ ରକ୍ଷା ବନ୍ଧନ ଓ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ

ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ବରଗଡ଼ :- ଶାନ୍ତି ତପୋବନ ଆଶ୍ରମ,ମାତୃଛାୟା,ବାନପ୍ରସ୍ଥ, ଚକରକେନ୍ଦ ଛକ ପରିସରରେ ପବିତ୍ର ରକ୍ଷା ବନ୍ଧନ ଓ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା । ଉତ୍ସବ ର ପ୍ରଥମାର୍ଦ୍ଧରେ ଆଶ୍ରମ ର ଅନ୍ତେବାସିନୀ ମଧୁରା ଭୋଇ,ସୁମି ଶତପଥି ଶିଶୁ ଶ୍ରୀୟା ଉପସ୍ଥିତ ଅତିଥି ମାନଙ୍କୁ ରାକ୍ଷୀ ପିନ୍ଧାଇ ଆଶିର୍ବାଦ ଭିକ୍ଷା କାମନା କରି ଥିଲେ। ଲବଙ୍ଗ ସାହୁ, ମଞ୍ଜୁ ଦେବୀ ଭଜନ ପରିବେଷଣ କରିଥିବା ବେଳେ ତେଜରାଜ ହିଆଲ ଓ ବନମାଳୀ ସାହୁ ବାଦ୍ୟ ବଜାଇଥିଲେ ।

ଏହି ଅବସରରେ ରକ୍ଷା ବନ୍ଧନ ଉତ୍ସବ ର ତାତ୍ପର୍ଯ୍ୟ ଓ ଗଙ୍ଗାଧର ଙ୍କ କାବ୍ୟ, କବିତା ଉପରେ ଆଲୋଚନା ଚକ୍ର ରେ ଶ୍ରୀ ଗିରିଜା ଶଙ୍କର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ,ବରିଷ୍ଠ କଲାକାର ରମେଶ ମେହେର, ହାସ୍ୟ କବି ଗୈାର ସାହୁ, ସରୋଜ କୁମାର ସାହୁ,ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ଲଲିତ ବାରିକ ଆଦି ଆଲୋଚନା ରେ ଭାଗନେଇ ମତ ରଖିଥିଲେ । (ରିପୋର୍ଟ-ସତ୍ୟ ନାରାୟଣ ପ୍ରଧାନ)

Exit mobile version