କେପିଏଲ ଫାଇନାଲ ମ୍ୟାଚରେ, ରାଇଜିଙ୍ଗ ଷ୍ଟାର ଚମ୍ପିୟାନ

୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଜସୁନାଖଳା  :-> ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଅନ୍ତର୍ଗତ କୋଟଗଡ଼ ଗ୍ରାମର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଶ୍ରୀ ଗଣେଶ ୟୁଥ କ୍ଳବ ଦ୍ୱାରା 4ଦିନ ଧରି ଆୟୋଜିତ କେ ପି ଏଲ ପ୍ରିମିୟର ଲିଗ ଫାଇନାଲ ମ୍ୟାଚ ଆଜି କୋଟଗଡ଼ ଗ୍ରାମ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି ! ଏହି କେପିଏଲ ଲିଗ ଫାଇନାଲ ମ୍ୟାଚରେ ରାଇଜିଙ୍ଗ ଷ୍ଟାରକ୍ଳବ ଓ ଇଲାଇଟ ଇଲେଭେନ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ! ପ୍ରଥମେ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ 10ଓଭରରେ ସମସ୍ତ ଉଇକେଟ ହରାଇ 59 ରନ କରିଥିବାବେଳେ ଜବାବରେ ଇଲାଇଟ ଇଲେଭେନ କ୍ରିକେଟ କ୍ଳବ ସମସ୍ତ ଉଇକେଟ ହରାଇ 44ରନ କରି ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବଠାରୁ ପରାସ୍ତ ହୋଇଥିଲା !

ଏହି ଫାଇନାଲ ଲିଗ ମ୍ୟାଚରେ ରାଇଜିଙ୍ଗ କ୍ରିକେଟ କ୍ଳବର ଶୁଭଙ୍କର ବିଶ୍ୱାଳ ଭଲ ଖେଳ ପଦର୍ଶନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜରେ ବିବେଚିତ କରାଯାଇଥିଲା ! କେପିଏଲ ଲିଗ ଫାଇନାଲ ମ୍ୟାଚଖେଳକୁ ଗୁଡ଼ୁ ଓ ତପନ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଲକି ଓ ଧାରବିବାରଣୀ ପ୍ରଦାନ କରିଥିଲେ ସୁବାସ ସାହୁ ! ଏହି କେପିଏଲ ଲିଗ ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ବିଜେଡି ସଭାପତି ସଚିକାନ୍ତ ଷଡ଼ଙ୍ଗୀ,

ଅଧ୍ୟାପକ ବସନ୍ତ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଏହି ଚିତାକର୍ଷ ଖେଳକୁ ମନଭରି ଉପଭୋଗ କରିଥିବାବେଳେ ଚମ୍ପିୟାନ ରାଇଜିଙ୍ଗ ଷ୍ଟାର କ୍ରିକେଟ ଟିମକୁ ଟ୍ରଫି ସହିତ ନଗଦ 8ହଜାର ଟଙ୍କା ଓ ରାନର୍ସ ଅଫ ଇଲାଇଟ ଇଲେଭେନ ଷ୍ଟାର ଟିମକୁ ଟ୍ରଫି ସହିତ ପ୍ରଦାନ କରିଥିଲେ ! ଏହି କେପିଏଲ ଲିଗ ମ୍ୟାଚକୁ ଆଗାମୀ ଦିନରେ ଅଧିକ ଆକର୍ଷଣୀୟଓ ଲୋକାଭିମୁଖୀ କରିବା ପାଇଁ ଆୟୋଜକ ବାବୁଲି ନାୟକ କହିଥିଲେ !

Exit mobile version