ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀଙ୍କ କର୍ମୀ ସମ୍ମିଳନୀ

୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଧିରେଧିରେ ସାରା ଓଡିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି । ସେହିପରି ରାଜ୍ୟର ମର୍ଯ୍ୟଦା ପୂର୍ଣ୍ଣ ଆସନ ଖୋର୍ଦ୍ଧାରେ ମଧ୍ୟ ତିନି ରାଜନୈତିକ ଦଳର ପ୍ରାର୍ଥୀ ମାନେ ଲାଗିପଡିଛନ୍ତି । ଏଠାରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କର୍ମୀ ସମ୍ମିଳନୀ କରିଛନ୍ତି ସବୁଠାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିପୁଳ ସମର୍ଥନ ମିଳୁଛି । ପ୍ରଶାନ୍ତ ଦୁଇ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି । ସେମାନେ ହେଲେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଏବଂ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସୋନାଲି ସାହୁ ।

ପ୍ରଶାନ୍ତ ନିର୍ବାଚନ ପ୍ରଚାର ତରିକାକୁ ଭିନ୍ନ ପ୍ରକାରର କରିଛନ୍ତି।ପ୍ରଶାନ୍ତ ତାଙ୍କର ସଂଗଠନ କୁ ମଜବୁତ କରିବାରେ ଲାଗିଛନ୍ତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କୁହୁଡି, ରତନପୁର,ମଗଂଳାଯୋଡି ଗ୍ରାମପଞ୍ଚାୟତ ରେ କର୍ମୀ ସମ୍ମିଳନୀ କରି ନବୀନ ପଟ୍ଟନାୟକ ଓ ବିଜେଡି ଦଳର ଷ୍ଟାର ପ୍ରାଚାରକ ଭୈରବ ପାଣ୍ଡିଆନ କୁ କଡା ସମାଲୋଚନା କରିଛନ୍ତି । କୁହୁଡି ଗ୍ରାମପଞ୍ଚାୟତ ବିଜେପି କର୍ମୀ ସମ୍ମିଳନୀରେ ଜଣେ ବୃଦ୍ଧ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ତାମିଲ ଲୁଟେରା ପାଣ୍ଡିଆନ କୁ ଓଡ଼ିଶାରୁ ତଡି ବିଜେଡି କୁ ହଟାଇବା ପାଇଁ ସଂକଳ୍ପ ନେଇଛନ୍ତି ।

 

 

Exit mobile version