ରଥଖଳା ହାଲଚାଲ ପାଞ୍ଚଟି ତୁମ୍ବ ଗୋଲେଇ ଓ ମଠା କାର୍ଯ୍ୟ

୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରଥ ନିର୍ମାଣର ଦ୍ୱିତୀୟ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟରେ ରଥଖଳା ଠାରେ ଉପସ୍ଥିତ ହୋଇ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ସୁଦ୍ଧା ତିନିରଥ ମୋଟ ୫ ଗୋଟି ତୁମ୍ବ ର ଗୋଲେଇ ସହ ମଠା କାର୍ଯ୍ୟ ଶେଷ ହୋଇଛି।

ପ୍ରଥମ ଦିନରେ କରତି ସେବକ ମାନେ ତିନି ଚାଳି କୁ ଗୋଟିଏ ଗୋଟିଏ ତୁମ୍ୱ କାଠ ଗଡ କରି ଯୋଗାଇଥିଲେ | ଆଜି ଦ୍ୱିତୀୟ ଦିନରେ କରତି ସେବକ ମାନେ ଆଉ ଦୁଇଟି ଲେଖାଏ ତୁମ୍ବ ଗଡକରି ତିନି ରଥ ଚାଳି କୁ ଭୋଇ ସେବକ ଙ୍କ ଦ୍ଵାରା ଯୋଗାଇଛନ୍ତି । ତାଳଧ୍ଵଜ ରଥ ର ମହାରଣା ସେବକ ମାନେ ଦୁଇଟି ତୁମ୍ବ ର ଗୋଲେଇ କାର୍ଯ୍ୟ ପରେ ମଠା କାର୍ଯ୍ୟ ସମ୍ପୂର୍ଣ କରି ତୃତୀୟ ତୁମ୍ବ ର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି।

ଦେବୀ ରଥ ମହାରଣା ସେବକ ମାନେ ଗୋଟିଏ ତୁମ୍ବ ର ଗୋଲେଇ କାର୍ଯ୍ୟ ସହ ମଠା କାର୍ଯ୍ୟ ଶେଷ କରି ଆଉ ଦୁଇଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି |ନନ୍ଦିଘୋଷ ରଥ ମହାରଣା ସେବକ ମାନେ ଦୁଇଟି ତୁମ୍ବ ର ଗୋଲେଇ କାର୍ଯ୍ୟ ପରେ ମଠା କାର୍ଯ୍ୟ ଶେଷ କରି ଆଉ ଦୁଇଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି ।

ତିନିରଥ ର ଓଝା ବା କମାର ସେବକ ମାନେ ଦୋଳବେଦୀ ଠାରେ ଗତକାଲି ଠାରୁ ପ୍ରସ୍ତୁତ କରିଥିବା କମାର ଶାଳ କୁ ବିଧି ପ୍ରକାରେ ପୂଜା କରି ଶାଳରେ ଅଗ୍ନୀ ସଂଯୋଗ ପୂର୍ବକ ଅରକଣ୍ଟା ପ୍ରସ୍ତୁତ ପାଇଁ ଜି.ଆଇ ଲୁହା ରଡ କଟିଙ୍ଗ କରି ଅର କଣ୍ଟା ପ୍ରସ୍ତୁତ ଆରମ୍ଭ କରିଛନ୍ତି ।

ତିନିରଥ ର ମହାରଣା ସେବକ -୨୨,ତିନିରଥ ର ଭୋଇ ସେବକ – ୧୨, କରତୀ ସେବକ – ୪, ତିନିରଥ ର କମାର ସେବକ – ୬ ରଥ ଖଳା ସହାୟକ (ପାଣିବାଲା) ଏପରି ମୋଟ -୪୫ ଜଣ ରଥଖଳା ରେ ନିୟୋଜିତ ହୋଇଥିଲେ |

Exit mobile version