ବୃଦ୍ଧାଶ୍ରମ୍ ମା ମାନଙ୍କୁ ଉପହାର ଦେଇ ମିଠା ଖୁଆଇ ସ୍ବେଛାସେବୀ ପାଳିଲେ ମାତୃ ଦିବସ

୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ପୁରୀ ଜିଲ୍ଲା ସ୍ୱେଚ୍ଛା ସେବୀ ସଂଗଠନ ଦି ବେଲ୍ ଓମେନ୍ସସ କ୍ଲବ ତରଫରୁ ନିଆରା ଢଙ୍ଗରେ ମାତୃ ଦିବସ ପାଳନ କରାଯାଇଛି।ପୁରୀ ବଳଭଦ୍ର ଗଳି ସ୍ଥିତ ଆଭା ଓଲ୍ଡ ଏଜ୍ ହୋମ ରେ ରହିଥିବା ବୃଦ୍ଧା ମାନଙ୍କ ଗହଣରେ ମାତୃ ଦିବସ ପାଳିଛନ୍ତି ଦି ବେଲ୍ ଓମେଁନସ କ୍ଲବ ର ସ୍ଵେଛା ସେବି ମାନେ । ଏହି ବୃଦ୍ଧାଶ୍ରମ ରେ ଅନେକ ଦିନରୁ ନିଜ ଘର ପରିବାର ଛାଡ଼ି ଅନ୍ତେବାସୀ ହୋଇ ରହିଥିବା ମା ମାନଙ୍କୁ କ୍ଲବ ସଦସ୍ୟା ମାନେ ବନ୍ଦା ପନା କରିବା ସହିତ ମିଠା ଖୁଆଇବା ନୂତନ ବସ୍ତ୍ର ଉପହରରେ ଦେଇଥିଲେ ।

ସ୍ବେଛାସେବୀ ଗହଣରେ କିଛି ସମୟ ପାଇଁ ଭବ ବିହୋଲୋ ସମୟ କଟାଇଥିଲେ ବୃଦ୍ଧାଶ୍ରମ ମା ମାନେ । ମାତା ସ୍ୱର୍ଗାଦପି ଗରୀୟସି ମନ୍ତ୍ରରେ ଆମ ଭାରତୀୟ ସଂସ୍କୃତି ବିଶ୍ୱାସ ରଖୁଥିବା ବେଳେ ସହରାଞ୍ଚଳରେ ବଢୁଥିବା ବୃଦ୍ଧା ଶ୍ରମ ନିଶ୍ଚିତ ଭାବରେ ସାମାଜିକ ଅବକ୍ଷୟ ର ବାର୍ତ୍ତା ଦେଉଚି ବୋଲି ଏହି ଅବସରରେ ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି।କାର୍ଯ୍ୟକ୍ରମକୁ ଦି ବେଲ୍ ଓମେନ୍ସ କ୍ଲବ ସମ୍ପାଦିକା ରାଜଲକ୍ଷ୍ମୀ ଦାସ, ମିନତି ନାୟକ,ବନିତା ଦୀକ୍ଷିତ,ପାର୍ବତୀ ରାଭା,କେ ସୁଭାଷିନୀ,ବନିତା ଲେଙ୍କା ପ୍ରଭୃତି ପରିଚାଳନା କରିଥିଲେ ।

Exit mobile version