ନବ ନିର୍ମିତ ବ୍ରିଜ୍ ଭାଙ୍ଗି ଦୁଇ ଖଣ୍ଡ ; ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା

୧୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ବଡଚଣା ବ୍ଲକର ସମିଆଁ ପଞ୍ଚାୟତ ଅନ୍ତର୍ଗତ କୋହ୍ଲା ଗ୍ରାମ ନିକଟ ଘୋରାଘୋରି ଠାରେ ମାତ୍ର ୩ ମାସ ତଳେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି କଲଭର୍ଟଟି ଉପରେ ଆଜି ଏକ ହାଇୱା ଟ୍ରକ୍ ଚିପ୍ସ ବୋଝେଇ କରି ଅତିକ୍ରମ କରୁଥିବା ବେଳେ ହଠାତ ସେହି କଲଭର୍ଟଟି ମଝିରୁ ଭାଙ୍ଗି ଦୁଇ ଖଣ୍ଡ ହୋଇ ଟ୍ରକ୍ ସହ ତଳକୁ ଖସି ପଡ଼ିଲା !

ଏଥିରୁ ତ ସ୍ପଷ୍ଟ ବୁଝା ପଡ଼ିଯାଉଛି ଯେ ନିଯୁକ୍ତ ଠିକାଦାର (ପଞ୍ଚାୟତ ନିର୍ବାହୀ ଅଧିକାରୀ) କେତେ ମଜବୁତ ଭାବେ ନିର୍ମାଣ କାର୍ଯ୍ୟ କରିଥିଲେ ଆଉ ବଡଚଣା ବ୍ଲକର ବିଭାଗୀୟ ପାରଙ୍ଗମ ଯନ୍ତ୍ରୀ ତାହାକୁ କିଭଳି ତଦାରଖ କରିଥିଲେ ! ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ! ଏବେ ଦେଖିବାର ଅଛି ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି !

Exit mobile version