ବିଫୁଳ ପରିମାଣର ବିଦେଶୀ ମଦ ଜବତ

୧୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା  :->  ଚଳିତ ସାଧାରଣ ନିର୍ବାଚନ କୁ ଆଉ ଅଳ୍ପଦିନ ବାକି ଥିବାବେଳେ ପୋଲିସ ଓ ପ୍ରଶାସନ ତରଫରୁ ଅବାଧ ନିରପେକ୍ଷ ନିଶାମୁକ୍ତ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି ।କିନ୍ତୁ ଚୋରା ନିଶା ବେପାରୀଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ଦିନକୁ ଦିନ ନିଶା ବେପାର ବଢ଼ି ଚାଲିଛି ।ଆଜି ଏହି ପରିପ୍ରେକ୍ଷୀରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଦଶପଲ୍ଲା ଓ ବାଣୀଗୋଛା ପୋଲିସ ମିଳିତ ଚଢ଼ାଉ କରି ଦଶପଲ୍ଲା ପଶ୍ଚିମାଞ୍ଚଳ ର କଳସାଖମଣ ଗ୍ରାମ ପଞ୍ଚାୟତର ଗଣିକୁମ୍ପା ଗ୍ରାମରୁ ପ୍ରାୟ ୪୦ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀମଦ ଜବତ କରିଛନ୍ତି । ତତ୍ ସହିତ ଗ୍ରାମର ଦେବାଶିଷ ନାୟକ ନାମକ ଜଣେ ଯୁବକ କୁ ସଂପୃକ୍ତ ଘଟଣାରେ ଗିରଫ କରିଛି ବାଣୀଗୋଛା ପୋଲିସ । 

Exit mobile version