Home ଓଡ଼ିଶା ଦଳୀୟ କାର୍ଯ୍ୟାଳୟ ଉଦଘାଟନ ପରେ କଂଗ୍ରେସର ପ୍ରଚାର ଜୋର ଧରିଲା ଘରକୁ ଘର ବୁଲି ଭୋଟ ଭିକ୍ଷା କଲେ ରଜନୀ ଓ ଦେବକାନ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରାଜ୍ୟ ରାଜନୀତିରେ ହିଞ୍ଜିଳି ବିଧାନସଭା ଆସନ ସର୍ବଦା ଚର୍ଚ୍ଚାରେ ରହିଆସିଛି । କାହିଁକି ନା ଖୋଦ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ଗତ ୨୦୦୦ ମସିହାରୁ ଲଗାତାର ୫ଥର ଧରି ହିଞ୍ଜିଳି ବିଧାନସଭା ଆସନରୁ ବିଜୟୀ ହେବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଆସନ ଗ୍ରହଣ କରିବାର ଗୌରବ ଅର୍ଜନ କରିଛନ୍ତି । ପୁର୍ନବାର ଚଳିତ ନିର୍ବାଚନରେ ୬ଷ୍ଠ ଥର ପାଇଁ ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ଏପ୍ରିଲ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ସେହି ଦିନ ଠାରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ କେବଳ ବିଜେଡିର ପ୍ରଚାର କରାଯାଉଥିବା ଦେଖିବାକୁ ମିଳି ଆସୁଥିଲା । ଗତ ୨ ଦିନ ଧରି ବିଜେପି ପ୍ରଚାର ଗାଡି ସ୍ଥାନୀୟ ଅଞ୍ଚଳରେ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିବା ବେଳେ ପ୍ରାର୍ଥୀଙ୍କ ଦେଖାମିଳିବା କଷ୍ଟ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ କଂଗ୍ରେସର ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା । ଜିଲ୍ଲା ସଭାପତି ରବିନ୍ଦ୍ର ଶର୍ମା ଯୋଗଦେଇ ଆନୁଷ୍ଠାନିକ ଭାବେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଶର୍ମା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ରଜନୀ ପାଢି ଓ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମାଙ୍କୁ ଭୋଟଦେଇ ବିଜୟୀ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ପରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ଦଳୀୟ କର୍ମୀଙ୍କ ସହ ଦଳୀୟ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପରିବା ବଜାର ସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରର୍ତ୍ତୀମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନଗର ପରିକ୍ରମା କରିବା ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ନଗର ସଭାପତି ରଞ୍ଜିତ କୁମାର ପୋଲେଇ, ପୂର୍ବତନ ନଗର ସଭାପତି ସୁନରାମ ସାବତ, ପୂର୍ବତନ ବିଧାୟକ ହରିହର ସାହୁ, ସନ୍ତୋଷ ପାଣିଗ୍ରାହୀ, ବେଣୁଧର ବିଷୋୟୀ, ନାରାୟଣ ପାଢି, ବନମାଳି ସାମଲ, ବୃନ୍ଦାବନ ଦାସ, ପ୍ରଭାକର ପାଣିଗ୍ରାହୀଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଞ୍ଜାମ, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026