ନାମାଙ୍କନ ପତ୍ର ଦାଖଲରେ ଶକ୍ତି ପ୍ରଦର୍ଶନ କଲେ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ  

୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ  :->  ଯାଜପୁରରେ ନାମାଙ୍କନର ଚତୁର୍ଥ ଦିନରେ ଆଜି କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ ଏକ ବିରାଟ ପଟୁଆରରେ ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାଜପୁର ରୋଡ ସ୍ଥିତ ଚୋରଦା ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ବହୁ ସମର୍ଥକଙ୍କ ଗହଣରେ ବ୍ୟାସନଗର ସହର ପରିକ୍ରମା କରି ଯାଜପୁର ଉପଜିଲ୍ଲାପାଳ ଶ୍ରୀ ଶତପଥୀଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

କୋରେଇରେ ଏଥର ନୂତନ ଆଶାର ଆଲୋକ ଉଜ୍ଜିବିତ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି । କୋରେଇ ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍‍ ଦେଇ ଜୟଯୁକ୍ତ କରିବା ସଂଗେ ସଂଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ କୋରେଇବାସୀ ବିଧାୟକ ପ୍ରାର୍ଥୀ ନିବେଦନ କରିଛନ୍ତି ।

ନାମାଙ୍କନ ଭରିବା ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଲୋକାଭିମୁଖୀ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଂଚିପାରିବ ଏବଂ କୋରେଇରେ ରହିଥିବା ଅଧୁରା ସ୍ୱପ୍ନକୁ ସାକାର କରିବା ତାଙ୍କର ମୂଳ ଲକ୍ଷ୍ୟ ଏବଂ କୋରେଇକୁ ଏକ ସୁନାର କୋରେଇ ଗଢିତୋଳିବା ପାଇଁ ସ୍ୱପ୍ନ ରଖିଥିବା ନିଜ ବକ୍ତବ୍ୟରେ କହିଥିଲେ । ଏହି ନାମାଙ୍କନ ପତ୍ର ଦାଖଲରେ ପୂର୍ବତନ ବିଧାୟିକା ସଂଚିତା ମହାନ୍ତି,

ପିତା ମାୟାଧର ନାୟକ, ମାତା ଇନ୍ଦିରା ଦାସ ଓ ଧର୍ମପତ୍ନୀ ଶୁଭ୍ରାଜ୍ୟୋତି ଦାସନାୟକଙ୍କ ସହ ଚନ୍ଦ୍ରଶେଖର ପଣ୍ଡା, ସତ୍ୟନାରାୟଣ ମହାନ୍ତି, ବ୍ରଜକିଶୋର ରାଉତ, ଶିଶିର ରାଉତ, ସୌମେନ୍ଦ୍ର ରାଉତ, ପିନାକ ରଞ୍ଜନ ଦାସ, ପିତାମ୍ବର ନନ୍ଦ, ପ୍ରହଲ୍ଲାଦ ପଣ୍ଡା, ଶଶିଭୁଷଣ ସାହୁ, ସୁବାସ ନାୟକ, କାର୍ତ୍ତିକ ସାହୁ, ବିଜୟ ମହାପାତ୍ର, ପ୍ରମୋଦ ସାହୁ, ନୀଳମାଧବ ଚକ୍ର, ଅଚ୍ୟୁତାନନ୍ଦ ଦାସ, ଇତ୍ରିଶ୍ରୀ ଜେନା,

ଦିପ୍ତିମୟୀ କୁଅଁର, ଜୟନ୍ତି ସାହୁ, ଉଦୟ ପରିଡା, ନିରାକାର ସାହୁ, ପ୍ରକାଶ ଧଳ, ପ୍ରତାପ ସାହୁ, ସୁବ୍ରତ ସ୍ୱାଇଁ, ଅଶୋକ ବାରିକ, ସୁବାସ ରାଉତ, ପ୍ରତାପ ରାଉତରାୟ, କୁଳମଣି ଦାସ, ରାକେଶ ଜେନା, ମନ୍ମଥ ବଡଜେନା, ବସନ୍ତ କର, ଏସ୍‍.କେ. ଜହର ଅଲ୍ଲୀ, ପ୍ରିୟବ୍ରତ ମହାପାତ୍ର, ଗୋପାଳ ସେଠୀ, ଅକ୍ଷୟ ନାୟକ, ଆଲୋକ ମଲ୍ଲିକ, ହିଂମାଶୁ ପାଢୀ, ବିଷ୍ଣୁ ଚରଣ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version