୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ା ସାଧାରଣ ନିର୍ବାଚନର ଦିତୀୟ ପର୍ଯ୍ୟାୟ ନାମାଙ୍କନ ର ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଦିଲ୍ଲିପ ନାୟକ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବିରାଟ ପଟୁଆରରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି । ନିମାପଡ଼ା ନିକଟସ୍ଥ ନୂଆ ବସଷ୍ଟାଣ୍ଡ ଠାରୁ ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଦୋଳବେଦୀ ଛକ ଦେଇ ଗୋପ ବଜାର.
ଛଇତନା ଓ ଅଠରନଳା ମେଡିକାଲ୍ ଛକ ଦେଇ ଶୋଭାଯାତ୍ରା ପରିକ୍ରମା କରିଥିଲା । ପୁରୀ କଚେରି ଛକ ରୁ ପୁରୀ ଉପଜିଲ୍ଲାପାଳ ଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭୂପେନ୍ଦ୍ର ପ୍ରଧାନ ଓ ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ ଙ୍କ ସହିତ ବିଶିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଟିକେଟ ଦେଇଥିବାରୁ ତାଙ୍କ ଉପରେ ହଜାର ହଜାର ଲୋକଙ୍କ ଆଶା ଭରସା ରହିଛି।ଏଣୁ ଲୋକଙ୍କ ଆଶିର୍ବାଦ ରୁ ମୁଁ ବିଜୟୀ ହେବା ସହ ୬ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓ ୫-ଟି ନବୀନ ଗ୍ୟାରେଣ୍ଟି ଲୋକଙ୍କ ଆଶା ଭରସା କୁ ପୂରଣ କରିବି ବୋଲି କହିଛନ୍ତି।

