ନିଆରା ଢଙ୍ଗରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଗଲେ ସିଦ୍ଧାର୍ଥ ରାଉତରାୟ

ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସାଇକେଲ୍ ରେ ପୁରୀ ଯାତ୍ରା କରି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :->  ନିମାପଡ଼ା ରେ ଦିଲିପ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯିବାକୁ ଥିବାବେଳେ କଂଗ୍ରେସର ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ମଧ୍ୟ ନିଆରା ଢଙ୍ଗରେ ନାମାଙ୍କନ ପତ୍ର ଦାଖଲ କରିବାକୁ ବାହାରିଛନ୍ତି କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ। ନିମାପଡ଼ା ହରିପୁର ବଜାରରୁ ନିଜେ ସାଇକେଲ୍ ଚଳାଇ କର୍ମୀ ମାନଙ୍କ ସହିତ ନାମାଙ୍କନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ନିମାପଡ଼ା ଆସନ ପାଇଁ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିବେ ।

ଆଇରନ୍ ମ୍ୟାନ ଭାବରେ ପରିଚିତ ସିଦ୍ଧାର୍ଥ ନିମାପଡ଼ା ରାଜନୀତି ରେ ପାଦ ଥାପିବା ଦିନଠାରୁ ସାଇକେଲ୍ ରେ ବିଭିନ୍ନ ପଞ୍ଚାୟତ ବୁଲି ଲୋକ ମାନଙ୍କ ପାଖରେ ପହଂଚୁ ଥିବାବେଳେ । ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସାଇକେଲ୍ ରେ ପୁରୀ ଯାତ୍ରା କରି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେପଟେ ଦୃନିତୀ ଭ୍ରଷ୍ଟାଚାର ବିରୋଧ ରେ ନିମାପଡ଼ା ଭୋଟର ତାଙ୍କ ସପକ୍ଷରେ ମତଦାନ କରିବେ ବୋଲି ଆଶା ବାଦୀ ଅଛନ୍ତି ସିଦ୍ଧାର୍ଥ ରାଉତରାୟ ।

Exit mobile version