ସୌମ୍ୟରଞ୍ଜନ ଜିଲ୍ଲା ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ

୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :->  ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପଶ୍ଚିମାଞ୍ଚଳ କୁଲୁରୁକୁମ୍ପା ପଞ୍ଚାୟତର ଯୁବନେତା ସୌମ୍ୟରଞ୍ଜନ ଶତପଥୀଙ୍କୁ ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛି ବିଜୁ ଯୁବ ଜନତା ଦଳ, ନୟାଗଡ଼। ଦଶପଲ୍କା ନିର୍ବାଚନମଣ୍ଡଳୀରେ ଉଭୟ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ. ଅଚ୍ଯୁତ ସାମନ୍ତ୍ର ଓ ଦଶପଲ୍କା ବିଧାନସଭା ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା କିପରି ବିପୁଳ ଭୋଟ ପାଇ ବିଜୟୀ ହେବେ

ଏବଂ ଷଷ୍ଠ ଥର ପାଇଁ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ମୁଖ୍ୟମନ୍ତ୍ରୀ ହେବେ ସେଥି ପାଇଁ ତାଙ୍କର ଚେଷ୍ଟା ଜାରି ରହିବ ବୋଲି ସୌମ୍ୟରଞ୍ଜନ କହିଛନ୍ତି । ଏହା ସହିତ ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ବିଜୁ ଯୁବ ଜନତା ଦଳ,ନୟାଗଡ଼ ଦାୟିତ୍ଵ ଦେଇଥିବାରୁ ସେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version