ଶୁକଳ ପଞ୍ଚାୟତ ତୃତୀୟା ଦେବ ନୋଡାଲ ବିଦ୍ୟାନିକେତନ ର ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ଉତ୍ସବ

୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସତ୍ୟବାଦୀ :-> ସତ୍ୟବାଦୀ ବ୍ଲକ୍ ଶୁକଳ ପଞ୍ଚାୟତ ତୃତୀୟା ଦେବ ନୋଡାଲ ବିଦ୍ୟାନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି ଲୋକପ୍ରିୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କା ଙ୍କ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ। ଏହି କାର୍ଯ୍ୟକ୍ରମ ଅବସରରେ ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ସ୍କୁଲ ରେ ଅବସର ନେଇଥିବା ପ୍ରଧାନ ଶିକ୍ଷକଙ୍କ ସହ ସ୍ଥାନୀୟ ସ୍କୁଲରେ ପୂର୍ବରୁ ଅବସର ନେଇଥିବା ଗୈତମ ଚରଣ ପ୍ରଧାନ,

କାଶୀନାଥ ପରିଡ଼ା,ପ୍ରଣବ ପ୍ରକାଶ ମିଶ୍ର, କୃଷ ମୋହନ ମହାନ୍ତି, ପତିତପାବନ ମହାନ୍ତି, ସର୍ବେଶ୍ଵର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା । ପୁରାତନ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପାଇଁ ସେ ଶିକ୍ଷକ ନ ଥିଲେ ସେ ଥିଲେ ତାଙ୍କ ପାଇଁ ଭଗବାନ।

ଯେଉଁ ପିଲାମାନେ ଦୃବଳ ଅଟନ୍ତି ନିଜେ ଲେଙ୍କା ସାର୍ ତାଙ୍କ ପାଖକୁ ଯାଇ ପାଠ ବୁଝାଇ ଦିଅନ୍ତି ତା ସହିତ ଗରିବ ପିଲା ମାନଙ୍କୁ ସେ ଅନେକ ପ୍ରକାରର ସାହାଯ୍ୟ ସହଯୋଗ କରିଥାନ୍ତି । ତାଙ୍କର ଏହି ବିଦାୟୀ କାଳୀନ ଉତ୍ସବ ରେ ପୁରାତନ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ମଧ୍ୟରେ ସ୍କୁଲ୍ ପରିସର ଭାବ ବିହ୍ୱଳ ହୋଇଯାଇଥିଲା ।

Exit mobile version