ମୋ ବସ୍‌ ଗଡ଼ିବାକୁ ନେଇ ସରକାର ଦେଲେ ସବୁଜ ସଙ୍କେତ, ଆସନ୍ତାକାଲି ଠାରୁ ଗଡ଼ିବ ‘ମୋ ବସ୍‌’- ଭୁବନେଶ୍ୱର

ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଆସନ୍ତାକାଲି ଠାରୁ ଗଡ଼ିବ ‘ମୋ ବସ୍‌’ । ଲକ୍‌ଡାଉନ୍ ପରେ ପୁଣି ଆରମ୍ଭ ହୋଇଛି ‘ମୋ ବସ୍‌’ ସେବା । ୮ଟି ରୁଟ୍‌ରେ ଚାଲିବ ମୋ ବସ୍‌ । ନନ୍‌ ଏସି ବସ୍ ଏହି ୮ଟି ରୁଟରେ ଯିବାଆସିବା କରିବ । ରୁଟ୍‌ ନମ୍ବର୍ ଗୁଡ଼ିକ ହେଉଛି- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ । ଏହି ସବୁ ରୁଟ୍‌ରେ ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତି ଚାଲିବ ମୋ ବସ୍‌ । ତେବେ ମୋ ବସ୍‌ ପରିଚାଳନା ସଂସ୍ଥା CRUT ପକ୍ଷରୁ ସୂଚନା ଦିଆଯାଇଛି

ଅଗଷ୍ଟ ମାସରେ ଶେଷ ଦୁଇ ଦିନ ବସ୍ ଚଳାଚଳ ବନ୍ଦ ରହିବ । ଶନି ଏବଂ ରବିବାର ଗଡ଼ିବନି ବସ୍‌ । ତେବେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ରାଜଧାନୀରେ ଅଟକିଥିଲା ‘ମୋ ବସ୍‌’ ସେବା । ତେବେ ଅନଲକ୍‌ ୩ ପରେ ସରକାର ମୋ ବସ୍‌ ଚଳାଚଳକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି । କିନ୍ତୁ ପୂର୍ବଭଳି ମୋ ବସ୍‌ରେ ଗଲାବେଳେ କୋଭିଡ୍ ଗାଇଡଲାଇନକୁ ଅନୁସରଣ କରିବାରକୁ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version