ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଅଫିମ ଫଳ ଫୁଲ ଜବତ ଜଣେ ମହିଳା ଗିରଫ

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :->ପାଖେଇ ଆସୁଛି ସାଧାରଣ ନିର୍ବାଚନ।ନିର୍ବାଚନ କୁ ଆଖି ଆଗରେ ରଖି ନିଶା ବେପାରୀ ମାନେ ହୋଇଛନ୍ତି ସକ୍ରିୟ।ଖୋର୍ଦ୍ଧା ସହରର ଗଳି କନ୍ଦିରେ ନିଶା କାରବାର ବେଧଡକ ଭାବରେ ଚାଲିଛି।ନିଶା କାରବାର କୁ ରୋକିବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ଅଣ୍ଟା ଭିଡିଛି।ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ଫ୍ଲାଇଗଂ ସ୍କାର୍ଡ ଟିମ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଲେବର କଲୋନୀରେ ଚଢ଼ାଉ କରି୧୪୦ କେଜି ଅଫିମ ଫଳଫୁଲ ଓ ଗୁଣ୍ଡ ଜବତ କରିବାରେ ସଫଳ ହୋଇଛିଏବଂ ଅଭିଯୁକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି।ଜବତ ଅଫିମ ଫଳ,ଫୁଲ ଓ ଗୁଣ୍ଡର ଆନୁମାନିକ ମୂଲ୍ୟ ୨,୧୦,୦୦୦ (ଦୁଇଲକ୍ଷ ଦଶ ହଜାର) ଟଙ୍କା ହେବ।ଗିରଫ ମହିଳା ଜଣଙ୍କ ମୁକୁନ୍ଦ ପ୍ରସାଦ ଲେବର କଲୋନୀ ର ଉଛବ ସାହୁଙ୍କ ସ୍ତ୍ରୀ ହେମା ସାହୁ।ହେମା ସାହୁ ନାମରେ ଅବକାରୀ ବିଭାଗ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Exit mobile version