Home ଓଡ଼ିଶା ବେଗୁନିଆ ନିର୍ବାଚନ ମଣ୍ଡଳୀ ଗସ୍ତରେ ସାଂସଦ ଅପରାଜିତାଙ୍କୁ ତେରେଛା କଟାକ୍ଷ କଲେ ପାଣ୍ଡିଆନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ପାଗ ଖରାପ ସତ୍ବେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଷ୍ଟାର ପ୍ରଚାରକ କାର୍ତ୍ତିକ ହେଲିକ୍ୟାପ୍ଟର ଯୋଗେ ବ୍ଲକ କାର୍ଯ୍ୟାଳୟ ସଂଲଗ୍ନ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏଥିରେ ବିଜେଡ଼ି ଦଳର ସାଂସଦ ପ୍ରାର୍ଥି କ୍ୟାପଟେନ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ଷଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇ ପାରିବେ ବୋଲି ଦୃଢ଼ ଭାବରେ କହିଛନ୍ତି। ନବୀନ ସରକାର ରାଜ୍ୟର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଜନ ସାଧାରଣଙ୍କ ହିତରେ ଲକ୍ଷ୍ମୀ ବସଓ ବିଜୁ ସ୍ବାସ୍ଥ୍ୟ କାର୍ଡ ଆଦି କରି ଲୋକମାନଙ୍କର ପ୍ରିୟ ଭାଜନ ହୋଇଥିବାରୁ ବିରୋଧି ବିଜେପି ଦଳ ସମାଲୋଚନା କରିବାରେ ଲାଗିଛି। ଆଗାମୀ ଦିନରେ ବିରୋଧିଙ୍କ ମୁହଁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଭାବରେ ଜନ ହିତକର କାର୍ଯ୍ୟ କରି ଚାଲିବ ବୋଲି ସର୍ବଦା ଚେଷ୍ଟା ଜାରୀ ରଖିଛନ୍ତି। ସରପଂଚ, ସମିତି ସଭ୍ୟଓ ସାଂସଦ ସମସ୍ତ ଜନ ପ୍ରତିନିଧିଙ୍କ କିଛି କିଛି କ୍ଷମତା ରହିଥାଏ ତେବେ ନିର୍ବାଚନ ସମୟ ଆସିଲେ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ପଳାଇ ଯାଇଥାନ୍ତି, ଏପରିକି ଭୁବନେଶ୍ୱରର ଜଣେ ଆଇଏସ ସାଂସଦ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇ କୋଭିଡ ସମୟରେ ଭୟରେ ରହି ଯାଇଥିଲେ । ଏବେ ପୁଣି ପ୍ରାର୍ଥି ଭାବେ ଆସି ଆପଣଙ୍କୁ ପୁଣି ଭୁଆଁ ବୁଲେଇବାରେ ଲାଗିଥିବାରୁ ଆପଣ ମାନେ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସମର୍ଥିତ ପ୍ରାର୍ଥିଙ୍କୁ ଭୋଟ ଗ୍ରହଣ ଦିନ ଯୋଡ଼ି ଶଙ୍ଖରେ ବିପୁଳ ଭାବେ ଭୋଟ ଦେବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଶା ଓ ଭରଷା ନବୀନ ଓଡ଼ିଶା ନାଟକ ପରିବେଷଣ ହୋଇଥିବା ବେଳେ ରଙ୍ଗବତୀ ରଙ୍ଗବତୀ ଗୀତାରେ ସମସ୍ତେ ଝୁମିଥିଲେ। ଶେଷରେ ବିଜେପି କର୍ମୀ ପ୍ରଦୀପ କୁମାର ନାୟକ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ବିଜେଡ଼ି ପର୍ୟ୍ଯ ବେକ୍ଷକ କୈଳାସ ପାତ୍ର, ସହ ପର୍ଯ୍ୟ ବେକ୍ଷକ ଶୁଭ୍ରାଂଶୁ ମିଶ୍ର, ବିଜେଡ଼ି ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ହୁଲାସ ପ୍ରଧାନ,ଉପାଧ୍ୟକ୍ଷ ସାବିତ୍ରୀ ମହାପାତ୍ର ଓ ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଭ୍ୟ ସରପଂଚ/ସମିତି ସଭ୍ୟଙ୍କ ସମେତ ତିରିଶ ହଜାରରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇଥିଲେ Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026