ଆନ୍ଧ୍ର ଯାଉଥିବା ଗୋରୁ ବୋଝେଇ ଗାଡି ଜବତ

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଚାନ୍ଦପୁର :-> କାଲି ସକାଳୁ ଏକ ଗୋରୁ ବୋଝେଇ ଆଇଚର ଗାଡି ଜବତ ହୋଇଛି l ସୂଚନା ମୁତାବକ ଏକ ଗୋରୁ ବୋଝେଇ ଗାଡି ଖୋର୍ଦ୍ଧା ରୁ ଆନ୍ଧ୍ର ଯାଉଥିବାର ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଏହାକୁ ପିଛା କରିଥିଲେ l ତେବେ ନାଚୁଣୀ ଥାନା ନିକଟରେ ଗାଡି ଅଟକାଇବା ବେଳେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି l ଖବର ପାଇ ନାଚୁଣୀ ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି l

ତେବେ ବର୍ତ୍ତମାନ ନିର୍ବାଚନ ପାଇଁ ସାରା ରାଜ୍ୟରେ ଚେକିଙ୍ଗ କଡ଼ାକଡି ଜାରି ରହିଥିବା ବେଳେ  ଗୋରୁ ବୋଝେଇ ଗାଡିଟି କିପରି ଗୋ ଚାଲାଣ କରିବାରେ ସକ୍ଷମ ହେଲା ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି l ଏ ନେଇ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି  l

Exit mobile version