ମହାନ ଜନନାୟକ ,ବିଶିଷ୍ଟ ରାଜନେତା ସ୍ବର୍ଗତ ତ୍ରିଲୋଚନ କାନୁନଗୋଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :->  ମହାନ ଜନନାୟକ ତଥା ବିଶିଷ୍ଟ ରାଜନେତା ସ୍ଵର୍ଗତ ତ୍ରିଲୋଚନ କାନୁନଗୋଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସଵ ନିଜ ଜନ୍ମ ମାଟି ବ୍ରାହ୍ମଣବାଟି ପଞ୍ଚାୟତର ବଡ ମୁଳାଇ ଗ୍ରାମରେ ପାଳିତ ହୋଇଯାଇଛି । ସେ କଟକ ଜିଲ୍ଲା ନିଆଳୀ ଦ୍ଵୀପାଞ୍ଚଳର ବର ପୁତ୍ର ତଥା ଓଡିଶା ର ମହାନ ଜନନାୟକ ବିଶିଷ୍ଟ ରାଜନେତା, ଥିଲେ । ତ୍ରିଲୋଚନ କାନୁନଗୋଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ଅବସରରେ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ମାଟିରେ . ଏକ ସ୍ମୁତି ସମାଧି ସ୍ଥାପନ ହେବା ସହ ତାଙ୍କ ଧର୍ମ ପତ୍ନୀ ପ୍ରଫେସର ଅଗସ୍ତି କାନୁନଗୋ ସାନ ଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଏକ ବୁକ୍ଷ ରୋପଣ କରି ତାଙ୍କ ସ୍ମୁତି ବଖାଣି ଥିଲେ ।

ଏହି ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ରେ ବଡ଼ ପୁଅ ଶୁଭ ଦର୍ଶନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଶଶୀଭୁଷଣ ବେହେରା, ତାଙ୍କ ହାତ ତିଆରି ମହାବିଦ୍ୟାଳୟ ଉଦୟନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ପ୍ରଫେସର ଅରୁଣ କୁମାର ସ୍ୱାଇଁ, ପଦାର୍ଥ ବିଜ୍ଞାନର ମୁଖ୍ୟ ପ୍ରଫେସର ସୁଶାନ୍ତ ମହାନ୍ତି, ସୁଜିତ କାନୁନଗୋ, ଚାରୁ ଭାଇନା, ରଞ୍ଜନ କୁମାର ସ୍ୱାଇଁ, ପ୍ରମୁଖ ଯୋଗ ଦେଇ ସ୍ମୁତି ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେହିପରି ଓଡିଶାର ପ୍ରମୁଖ ରାଜନେତାମାନେ ମଧ୍ଯ ଏହି ସ୍ମୃତି ସଭାରେ ଯୋଗ ଦେଇ ସ୍ବର୍ଗତ କାନୁନଗୋଙ୍କର ବହୁ ମୁଖି ସ୍ମୁତି ଚରଣ କରିଥିଲେ । ତ୍ରିଲୋଚନ କାନୁନଗୋ ଖାଲି ନିଆଳି ଅଞ୍ଚଳର ବର ପୁତ୍ର ନ ଥିଲେ ସେ କଟକ ସହରର ବହୁ ଉନ୍ନତି କାର୍ଯ୍ୟ କରିଯାଇଛନ୍ତି, ସେଥିପାଇଁ କଟକ ବାସୀ ତାଙ୍କୁ ସର୍ବଦା ମନେରଖିଛନ୍ତି ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Exit mobile version