ସିକୋ ଉଚ୍ଚ ଵିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପିତୃ ବିୟୋଗ

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :->   ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସ ମାଣ୍ଡୋଇଙ୍କ ପିତା ମହେଶ୍ୱର ମାଣ୍ଡୋଇଙ୍କର ୮୬ ବର୍ଷରେ ନିଜ ଗ୍ରାମ ସାରୁଅ ପଂଚାୟତ କାଠ ଖୁଣ୍ଟିଆ ଗ୍ରାମରେ ବାର୍ଦ୍ଧକ୍ୟ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ୫ ପୁଅ କୈଳାସ, ବଳରାମ, ଭରତ, ଶତ୍ରୁଘନ ଓ ଲକ୍ଷ୍ମୀଧର,ଦୁଇଝିଅ ଶାନ୍ତିଲତା ଓ ଶୈଳବାଳା ମୁଖାଗ୍ନି ଦେବା ପରେ ପୁରୀ ସ୍ବର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ର, ବିଜେଡ଼ି ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ, କଂଗ୍ରେସ ବିଧାୟକ ପ୍ରାର୍ଥି ପୃଥ୍ବୀବଲ୍ଲଭ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଓ ସରପଞ୍ଚ ରଞ୍ଜିତା ମହାଭୋଇ ପ୍ରମୁଖ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Exit mobile version