ଦ୍ରୁତ ଗାମୀ ମାଲ ବୋଝେଇ ଅଟୋ ରିକ୍ସା ଧକ୍କାରେ  ନାବାଳକ ଛାତ୍ର ଗୁରୁତର

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ ଗ୍ରାମ ନିକଟରେ  ଏକ ଦୃତଗାମୀ ମାଲ ଵୋଝେଇ  ଅଟୋ ରିକ୍ସା ଧକ୍କାରେ  ନାବାଳକ  ଛାତ୍ର  ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରାଯାଇଛି।ପରେ ଅବସ୍ଥା ସଂକଟପନ୍ନ ହେବାରୁ ନାବାଳକ କୁ ଭୁବନେଶ୍ୱର କୁ  ସ୍ଥାନାନ୍ତର କରାଯାଇଛି ସୂଚନା ମୂତାବକ ଗୁରୁତର ନାବାଳକର ନାମ ସାଇ ଶ୍ରୀୟାଂଶ ସାହୁ ୧୨ ବର୍ଷ।

ଘର ଟାଙ୍ଗୀ ଥାନା ସିଙ୍ଗରମା ଗ୍ରାମରେ।ନା ବାଳକ ଶ୍ରୀୟାଂଶୁ ନିଜର ବାପ ମାଙ୍କ ସହ  ବାଇକ ରେ ଟାଙ୍ଗୀ ରୁ ପାରୀ ଓରଡ଼ ରାସ୍ତା ଦେଇ ସିଙ୍ଗରମା  ଯାଉଥିବା ବେଳେ  ବାଇକ କୁ ପଛ ପଟୁ ଏକ ଅଟୋ ରିକ୍ସା ଦ୍ରୁତ ଗତି ରେ ଆସି ଧକ୍କା ଦେଇଥିଲା।ଫଳରେ ନାବାଳକ ଜଣକ ରାସ୍ତା ଉପରେ ଛିଟିକି ପଡିବାରୁ ନାବାଳକ ର ବାମ ଗୋଡ଼ ଉପରେ ଅଟୋ ରିକ୍ସା ଚଢି ଯାଇଥିଲା। ଫଳରେ ନାବାଳକର ବାମ ଗୋଡ଼ ଟି  ସମ୍ପୂର୍ଣ ଭାବେ କ୍ଷତ ବିକ୍ଷତ ହୋଇ ଯାଇଛି।ଫଳରେ ଅଧିକ ଚିକିତ୍ସା ପାଇଁ ନାବାଳକ କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।

Exit mobile version