ବିଜେଡ଼ି ସାଂସଦ ଓ ବିଧାୟକ ପ୍ରାର୍ଥିଙ୍କ ବିଜୟ ପାଇଁ ଦୀପ ଜାଳିଲେ ଗ୍ରାମବାସୀ

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :->  ବିଜେଡ଼ି ଦଳ ପକ୍ଷରୁ ଭୁବନେଶ୍ବର ସାଂସଦ ପ୍ରାର୍ଥି କ୍ୟାପଟେନ ମନ୍ମଥ ରାଉତରାୟ ଓ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ  ଶଗଡ଼ଭଙ୍ଗା ପଂଚାୟତର ଅଶୋକ କୁମାର ସେନାପତି ଓ ବିଚିତ୍ର କୁମାର ସୁବୁଦ୍ଧିଙ୍କ ସମେତ ଗ୍ରାମବାସୀମାନକ ପକ୍ଷରୁ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସିରୁଳି ସ୍ଥିତ ଶ୍ରୀ ମହାବୀରଙ୍କ ନିକଟରେ ପ୍ରାର୍ଥି ଦ୍ଵୟ ବିଜୟ ହାସଲ କରିବା ପାଇଁ ଦୀପ ଜାଳି ଶୁଭ କାମନା କରିଛନ୍ତି।

Exit mobile version